୧୯୨୯ ଭୁବନେଶ୍ୱର ହେଳ୍ପଲାଇନର ୨୪ ଘଣ୍ଟିଆ ସେବା
କୋଭିଡ ସମୟରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଏବଂ ସେବାକୁ ବ୍ୟକ୍ତି ବିଶେଷଙ୍କ ଠାରେ ପହଞ୍ଚାଇବା ପାଇଁ ବିଏମସି ପକ୍ଷରୁ ୧୯୨୯ ହେଳ୍ପ ଲାଇନ ନଂ ଭୁବନେଶ୍ୱରରେ ସହାୟକ ହୋଇ ପାରିଛି। ଅଧିକ ପଢନ୍ତୁ..
ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ କୋରୋନା ସଂକ୍ରମଣ ଏକ ପ୍ରକାର ଅଣଆୟତ୍ତ ଅବସ୍ଥାରେ।କୋଭିଡ ସମୟରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଏବଂ ସେବାକୁ ବ୍ୟକ୍ତି ବିଶେଷଙ୍କ ଠାରେ ପହଞ୍ଚାଇବା ପାଇଁ ବିଏମସି ପକ୍ଷରୁ ୧୯୨୯ ହେଳ୍ପ ଲାଇନ ନଂ ଭୁବନେଶ୍ୱରରେ ସହାୟକ ହୋଇ ପାରିଛି।
ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼,ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷଙ୍କ ମିଳିତ ପ୍ରଚେଷ୍ଟାରେ ଏହି ୧୯୨୯ ସେବାକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ଏହାର ସଫଳତା କୁ ଲୋକାଭିମୁଖୀ କରିବା ପାଇଁ ଏହାକୁ ୩ ଗୋଟିଏ ଶିଫ୍ଟ ରେ ଯାହାକି ସକାଳ ୮ ଟାରୁ ଅପରାହ୍ନ ୨ ଘଂଟିକା ,ଅପରାହ୍ନ ୨ ଘଟିକା ଠାରୁ ରାତି ୧୦ ଟା ଘଟିକା ଏବଂ ଏହା ପରେ ରାତ୍ରିକାଳୀନ ସେବାକୁ ନିଶ୍ଚିତ କରାଯାଇଛି।
୧୯୨୯ ଭୁବନେଶ୍ୱର ହେଳ୍ପ ଲାଇନ ମହାମାରୀ ସଂକ୍ରମିତ ସୂଚନା ସେବା ଯୋଗାଇବା ପାଇଁ ଏଠାରେ ମନୋବିଜ୍ଞାନୀ, ମନୋ ସାମାଜିକ କର୍ମୀଙ୍କୁ ଅବସ୍ଥାପିତ କରାଇ ବ୍ୟକ୍ତି ବିଶେଷ ମାନଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା କୋଭିଡ -୧୯ ଜନିତ ପ୍ରଶ୍ନ ଏବଂ ଅନ୍ୟାନ୍ୟ ଅଭିଯୋଗ ସମାଧାନ ପାଇଁ ଏହି ସେବାକୁ ଦୃଢ କରାଯାଉଛି।
ମଙ୍ଗଳବାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ୧୯୨୯ କଲ ସେଣ୍ଟର ର କାର୍ଯ୍ୟ ତଦାରଖ କରିବା ପାଇଁ ବିଏମସି କୋଭିଡ ଅଵଜର୍ଭର ତଥା ବରିଷ୍ଠ ଆଇଏଏସ ଅନୁ ଗର୍ଗ ପହଞ୍ଚିଥିଲେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ