ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେଲା ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା, ଏଥିପାଇଁ ହାଇଦ୍ରାବାଦର ନବଯୁଗ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ନାମକ ଘରୋଇ ସଂସ୍ଥା ସହ ବିଏମସିର ଏମଓୟୁ ସ୍ବାକ୍ଷରିତ ହୋଇଛି । ଆଜିଠାରୁ ବିଏମସିର ୬, ୨୩ ଓ ୩୦ ନମ୍ବର ୱାର୍ଡରେ ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ । ୩ଟି ଜୋନର ୩ଟି ୱାର୍ଡରେ ଜାରି ରହିଛି ସର୍ଭେ । ୩ମାସ ମଧ୍ୟରେ ସମସ୍ତ ଘରକୁ ଡିଜିଟାଲ ନମ୍ବରରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଯୁବକ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଡିଜିଟାଲ ନମ୍ବରିଂ ହେଲେ ଘରର ଠିକଣା ଗୁଗୁଲରେ ସଠିକ ଭାବେ ଚିହ୍ନଟ ହୋଇପାରିବ । ସର୍ଭେ ସହ ପ୍ରତିଘରକୁ ଦିଆଯାଉଛି 13ଟିକିଆ ନମ୍ବର। ଏହା ଦ୍ବାରା ଗୃହ ଗଣନା ସହିତ ବିଏମସିକୁ ଟ୍ୟାକ୍ସ ଫାଙ୍କିବା ଧରାପଡିବ ।
ସ୍ମାର୍ଟସିଟିରେ ଆରମ୍ଭ ହେଲା ସ୍ମାର୍ଟ ଆଡ୍ରେସ ସିଷ୍ଟମ - Smart Address System
ସ୍ମାର୍ଟସିଟିରେ ଆରମ୍ଭ ହେଲା ସ୍ମାର୍ଟ ଆଡ୍ରେସ ସିଷ୍ଟମ । ଡିଜିଟାଲ ନମ୍ବରିଂ ହେଲେ ଘରର ଠିକଣା ଗୁଗୁଲରେ ସଠିକ ଭାବେ ଚିହ୍ନଟ ହୋଇପାରିବ । ଅଧିକ ପଢନ୍ତୁ...
ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ସଂଖ୍ୟା ବୃଦ୍ଧି ପାଇବ। ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ବର ତିନୋଟି ଜୋନର ତିନୋଟି ୱାର୍ଡରେ ଏହା ଆରମ୍ଭ ହୋଇଛି । ଗତ ଜୁନ୍ ମାସରେ ଏନେଇ ବିଏମସି ପକ୍ଷରୁ ଏମଓୟୁ ହୋଇଥିବା ସଂସ୍ଥା ସହଯୋଗରେ ଘର ଘର ବୁଲି ନମ୍ବରିଂ ଏବଂ ଷ୍ଟିକରିଂ କରାଯାଇଛି । ପ୍ରତି ଘର ମାଲିକଙ୍କ ସହମତିରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଅନଲାଇନରେ ଏକ ଡିଜିଟାଲ୍ ନମ୍ବରିଂ କରି ଘର ଆଗରେ ଲଗାଯାଇଛି । ଏଥିରେ ଅଞ୍ଚଳ, ଗଳି ଓ ଡୋର୍ ନମ୍ବର ଓ ୟୁନିଟ ନମ୍ବର ଦିଆଯାଇଥିବା ସହ ଜିଓ ଟ୍ୟାଂଗି କରାଯିବ । ଏବେ ପାଇଲଟ ପ୍ରକଳ୍ପରେ କାଗଜ ଷ୍ଟିକର ଲଗାଯାଇଥିବାବେଳେ ଆଗାମୀ ଦିନରେ ବିଏମସି ପକ୍ଷରୁ ପ୍ଲେଟ୍ ନମ୍ବର ଦିଆଯିବ । ଏଥିପାଇଁ ମୋଟ ୩ କୋଟି ୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ନମ୍ବର ଜରିଆରେ ଘରର ସଂପୂର୍ଣ୍ଣ ତଥ୍ୟ, ଠିକଣା, ହୋଲ୍ଡିଂ ଟିକସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ତଥ୍ୟ ଡିଜିଟାଲ ମୋଡରେ ମିଳିପାରିବ । ଧିରେ ଧିରେ ସମସ୍ତ ୬୭ଟି ୱାର୍ଡରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ