ଓଡିଶା

odisha

By

Published : Apr 8, 2022, 5:36 PM IST

ETV Bharat / city

ଜେଲ ଗଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ, ଦ୍ବିତୀୟ ପତ୍ନୀଙ୍କ ଫ୍ଲାଟରେ ରଖିଥିଲେ ୨ କୋଟି ଟଙ୍କା

ଗିରଫ ପରେ ଝାରପଡା ଜେଲ ବିଚାର ବିଭାଗୀୟ ହାଜତକୁ ଗଲେ କ୍ଷୁଦ୍ର ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଅଧିକ ପଢନ୍ତୁ

ଜେଲ ଗଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ, ଦ୍ବିତୀୟ ପତ୍ନୀଙ୍କ ଫ୍ଲାଟରେ ରଖିଥିଲେ ୨ କୋଟି କ୍ୟାସ୍
ଜେଲ ଗଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ, ଦ୍ବିତୀୟ ପତ୍ନୀଙ୍କ ଫ୍ଲାଟରେ ରଖିଥିଲେ ୨ କୋଟି କ୍ୟାସ୍

ଭୁବନେଶ୍ବର: ଫସିଲେ ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ପିସି ଆକ୍ଟରେ ଗିରଫ ପରେ ଝାରପଡା ଜେଲ ବିଚାର ବିଭାଗୀୟ ହାଜତକୁ ଗଲେ । ପ୍ରଥମ ପତ୍ନୀଙ୍କୁ ଲୁଚାଇ ଦ୍ବିତୀୟ ପତ୍ନୀଙ୍କ ନିକଟରେ ନଗଦ ୨ କୋଟି ୩ ଲକ୍ଷ ଟଙ୍କା ରଖିଥିଲେ କାର୍ତ୍ତିକେଶ୍ବର । ଲଗାତାର ଦୁଇ ଦିନ ଚଢାଉ କରିବା ପରେ ବେଆଇନ ଅର୍ଥ ଜବତ କରିଛି ଭିଜିଲାନ୍ସ ଟିମ୍ ।

ଜେଲ ଗଲେ ଭଞ୍ଜନଗର ସହକାରୀ ଯନ୍ତ୍ରୀ, ଦ୍ବିତୀୟ ପତ୍ନୀଙ୍କ ଫ୍ଲାଟରେ ରଖିଥିଲେ ୨ କୋଟି କ୍ୟାସ୍

ଏହା ମଧ୍ୟ ପଢନ୍ତୁ:- ସହକାରୀ ଯନ୍ତ୍ରୀଙ୍କ ଘରୁ 2 କୋଟି ଜବତ, ଗଣିବାକୁ ଲାଗିଲା ମେସିନ୍‌

କ୍ଷୁଦ୍ର ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭଭନ ସମେତ ଭୁବନେଶ୍ବରରେ ଥିବା ବିଭିନ୍ନ ଘରକୁ ମିଶାଇ ମୋଟ ଛଅଟି ସ୍ଥାନରେ ଚଢ଼ାଉ କରିଥିଲା ତଦନ୍ତକାରୀ ସଂସ୍ଥା । ନଗଦ ଟଙ୍କା ସାଙ୍ଗକୁ ୨ କୋଟି ୭୬ ଲକ୍ଷ ଟଙ୍କାର ୨ଟି ଫ୍ଲାଟ, ଗୋଟିଏ ବିଲ୍ଡିଂ ଏବଂ ଭୁବନେଶ୍ୱରରେ ୭ଟି ପ୍ଲଟ ଓ ୩୭ ଲକ୍ଷର ଇନସୁରାନ୍ସ ଡିପୋଜିଟ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ । ମୋଟ ସମ୍ପତ୍ତିର ମୁଲ୍ୟ ୪ କୋଟି ୬୭ ଲକ୍ଷ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details