ଓଡିଶା

odisha

ETV Bharat / city

ରାଜଧାନୀରେ ସ୍ଲଟ ବୁକିଂ ଅବ୍ୟବସ୍ଥା, ସାଧାରଣ ଲୋକେ ହନ୍ତସନ୍ତ - ସ୍ଲଟ ବୁକିଙ୍ଗ ଅବ୍ୟବସ୍ଥା

କୋରୋନା ଚେନ ବ୍ରେକ କରିବାକୁ ଟୀକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ଟିକା ନେବା ପାଇଁ ସ୍ଲଟ ବୁକିଂ କ୍ଷେତ୍ରରେ ରାଜଧାନୀରେ ଅତ୍ୟନ୍ତ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ରାଜଧାନୀରେ ସ୍ଲଟ ବୁକିଂ ଅବ୍ୟବସ୍ଥା, ସାଧାରଣ ଲୋକେ ହନ୍ତସନ୍ତ
ରାଜଧାନୀରେ ସ୍ଲଟ ବୁକିଂ ଅବ୍ୟବସ୍ଥା, ସାଧାରଣ ଲୋକେ ହନ୍ତସନ୍ତ

By

Published : May 21, 2021, 8:44 AM IST

ଭୁବନେଶ୍ବର:ସନ୍ଧ୍ୟା 6ଟା ସ୍ଲଟ ଆସିଲା, ହେଲେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ବୁକିଂ ହେଲାନି । ରାଜଧାନୀ ଭୁବନଶ୍ବରରୁ ସାମ୍ନାକୁ ଆସିଛି ଏହି ଅବ୍ୟବସ୍ଥାର ଚିତ୍ର । କୋରୋନା ଚେନ ବ୍ରେକ କରିବାକୁ ରାଜ୍ୟବ୍ୟାପୀ ଟୀକାକରଣକୁ ବ୍ୟାପକ କରାଯାଇଛି । ସମାନ ଢଙ୍ଗରେ ଭୁବନେଶ୍ବରରେ ଟୀକାକରଣ ପାଇଁ ବିଏମସି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ହେଲେ ଟୀକାକାରଣ ପାଇଁ ସ୍ଲଟ ବୁକିଂ, ଟୀକାକରଣରେ ହେଉଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ରାଜଧାନୀରେ ସ୍ଲଟ ବୁକିଂ ଅବ୍ୟବସ୍ଥା, ସାଧାରଣ ଲୋକେ ହନ୍ତସନ୍ତ

କୋରୋନା ଦ୍ବିତୀୟ ଲହରର ଘଡିସନ୍ଧି ମୂହୁର୍ତ୍ତରେ ଲକ୍ଷ ଲକ୍ଷ ଲୋକ ଟିକା ନେବା ପାଇଁ ଅପେକ୍ଷାରେ ଥିବାବେଳେ ବିଏମସି ପକ୍ଷରୁ ପ୍ରାୟ 60 ରୁ 70 ହଜାର ଲୋକଙ୍କ ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା କରାଯାଇଥିଲା । ହେଲେ ବିଡମ୍ବନାର ବିଷୟ ହେଉଛି, ଲୋକମାନେ ଘଣ୍ଟା ଘଣ୍ଟା ଧରି କୋୱିନ ଆପ୍ ପୋର୍ଟାଲରେ ବୁକିଂ ପାଇଁ ଅପେକ୍ଷା କରି ଶେଷରେ ନିରାଶ ହେଉଛନ୍ତି । ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ସୂଚନାଥାଉ କି, ବୁଧବାର ସନ୍ଧ୍ୟାରେ ବିଏମସି ପକ୍ଷରୁ 18 ରୁ 44 ବର୍ଷ ବୟସ୍କ ଏବଂ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ପାଇଁ କୋୱିନ ଆପରେ ପଞ୍ଜିକରଣ ଓ ସ୍ଲଟ ବୁକିଂ ନେଇ ଟ୍ବିଟ କରାଯାଇଥିଲା । ହେଲେ ଦୀର୍ଘ ସମୟ ଅପେକ୍ଷା କରି ମଧ୍ୟ ଲୋକମାନେ ନିରାଶ ହୋଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details