ଓଡିଶା

odisha

ETV Bharat / city

ମାନକୀକରଣ ଓ ଗୁଣାତ୍ମକ ନିୟନ୍ତ୍ରଣ ନେଇ ବୈଠକ

ଭୁବନେଶ୍ବରରେ ଖାଦ୍ୟର ମାନକୀକରଣ ଓ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ଦଶମ ରାଜ୍ୟସ୍ତରୀୟ ସମିତି ସଭା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

By

Published : Mar 8, 2021, 9:52 PM IST

Slc meeting on standardisation and quality contro
ମାନକୀକରଣ ଓ ଗୁଣାତ୍ମକ ନିୟନ୍ତ୍ରଣ ନେଇ ବୈଠକ

ଭୁବନେଶ୍ବର: ମାନକୀକରଣ ଓ ଗୁଣାତ୍ମକ ନିୟନ୍ତ୍ରଣ ନେଇ ବୈଠକ । ଖାଦ୍ୟର ମାନକୀକରଣ ଓ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ସୋମବାର, ଦଶମ ରାଜ୍ୟସ୍ତରୀୟ ସମିତି ସଭା ଅନୁଷ୍ଠିତ ହୋଇଯାଇଛି ।

ମାନକୀକରଣ ଓ ଗୁଣାତ୍ମକ ନିୟନ୍ତ୍ରଣ ନେଇ ବୈଠକ

ଭୁବନେଶ୍ବରର ଏକ ତାରକା ହୋଟେଲରେ ଖାଦ୍ୟର ମାନକୀକରଣ ଓ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ବୈଠକ କରାଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିବାବେଳେ ତାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମ୍ପାନୀର ଅଧିକାରୀ ଏବଂ ଉପଭୋକ୍ତାମାନେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟରେ ଗୁଣବତ୍ତା ସିଷ୍ଟମର କାର୍ଯ୍ୟକଳାପ ବୃଦ୍ଧିରେ BISର ଭୂମିକାକୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ଉତ୍ପାଦ ପ୍ରମାଣପତ୍ର ଏବଂ ହଲମାର୍କିଂ ସ୍କିମ ମାଧ୍ୟମରେ ଗ୍ରାହକଙ୍କୁ BIS ପ୍ରଦାନ କରାଯାଉଥିବା କହିଛନ୍ତି । BIS ମୋବାଇଲ ଆପ ଦ୍ବାରା ଜଣେ ସାଧାରଣ ମଣିଷ ଗୁଣବତ୍ତା ଚେକ କରିପାରିବେ । ଏହା ସହ ଭାରତ ସରକାର ଆସନ୍ତା ଜୁନ୍ ୧ ତାରିଖରୁ ସୁନା ଗହଣା ଅଳଙ୍କାରରେ ବାଧ୍ୟତାମୂଳକ ହୋଲମାର୍କ ବ୍ୟବହାର କରିବା ନେଇ ପୂର୍ବରୁ ଏକ ଗେଜେଟ୍ ନୋଟିଫିକେସନ ଆଣିଛନ୍ତି । ଏଥି ପାଇଁ ରାଜ୍ୟ ଗୁଡିକରେ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏ ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ ।

ସେପଟେ ରାଜ୍ୟରେ ଖାଦ୍ୟ ଅପମିଶ୍ରଣର ମାତ୍ରା ବୃଦ୍ଧି ପାଉଥିବାବେଳେ ଆବଶ୍ୟକୀୟ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଠାରୁ ୫୦ ପ୍ରତିଶତ କମ୍ ଅଛନ୍ତି । ଏପରିକି ପରୀକ୍ଷଣ ପାଇଁ ଉତ୍ତମ ଅନ୍ତର୍ଜାତୀୟ ସ୍ତରର ଲ୍ୟାବ୍ ମଧ୍ୟ ନାହିଁ । ତେଣୁ ଏହାକୁ ପୂରଣ କରିବାକୁ ଖାଉଟି କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ଦାବି ଉପସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details