ଓଡିଶା

odisha

ETV Bharat / city

ଏସଏଲବିସି ବୈଠକ, ଲୋକଙ୍କ ସୁବିଧା ପାଇଁ ଗ୍ରାମପଞ୍ଚାୟତରେ ଖୋଲାଯିବ ବ୍ୟାଙ୍କ - ୧୫୭ତମ ଏସଏଲବିସି ବୈଠକ

ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ୧୫୭ତମ ଏସଏଲବିସି ବୈଠକ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍‌ଘାଟନ କରିଛନ୍ତି ।

SLBC meeting
ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

By

Published : Dec 21, 2019, 5:15 PM IST

ଭୁବନେଶ୍ବର: ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି ୧୫୭ତମ ଏସଏଲବିସି ବୈଠକ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର 4921 ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରତେକ ଗ୍ରାମରୁ ଅନୂନ୍ୟ 5 କିମି ମଧ୍ୟରେ ବ୍ୟାଙ୍କ ରହିବା ଆବଶ୍ୟକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଲୋକଙ୍କ ସୁବିଧା ପାଇଁ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟରେ ତୁରନ୍ତ ବ୍ୟାଙ୍କ ଖୋଲାଯିବା ନେଇ ଏସଏଲବିସି ବୈଠକରେ ଆଲୋଚନା କରାଯାଇଛି। ଏହା ସହ ଖୁବଶୀଘ୍ର ସ୍ବାଭିମାନ ଅଞ୍ଚଳରେ 2ଟି ଏସବିଆଇ ଶାଖା ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 2020ରେ ପ୍ରତ୍ୟେକ ବିଭାଗର ସମସ୍ତ ଆଦାନ ପ୍ରଦାନ ଡିଜିଟାଲ ପେମେଣ୍ଟ ଜରିଆରେ କରାଯିବ। ଏଣିକି କୌଣସି ଯୋଜନାରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦିଆଯିବ ନାହିଁ। ସମସ୍ତ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ଏହା ସହ ଖୁବଶୀଘ୍ର 571ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ବ୍ୟାଙ୍କର୍ସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details