ଓଡିଶା

odisha

ETV Bharat / city

DL Test: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ - ଡିଏଲ୍‌ ଟେଷ୍ଟିଂ

B କ୍ୟାଟାଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏନେଇ ପରିବହନ କମିଶନ ଅରୁଣ ବୋଥ୍ରାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅଧିକ ପଢନ୍ତୁ...

DL Test: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ
DL Test: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ

By

Published : Jul 9, 2021, 10:13 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ଡିଏଲ୍ ଟେଷ୍ଟିଂ । କୋରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

DL Test: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ

କେବଳ B କ୍ୟାଟାଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଏନେଇ ପରିବହନ କମିଶନ ଅରୁଣ ବୋଥ୍ରାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଜୁଲାଇ ୧୩ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ନେଇ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଧ୍ୟାନରେ ରଖି ଏପ୍ରିଲ ୨୦ରୁ ଡିଏଲ୍ ଓ ଏଲଏଲ୍ ଟେଷ୍ଟିଂକୁ ବନ୍ଦ କରାଯାଇଥିଲା । ଏହା ସହ ଡିଏଲ୍ ଏବଂ ଏଲ୍‌ଏଲଏଲର ଅବଧିକୁ ବୃଦ୍ଧି କରାଯାଇଥିଲା । ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ ହେବ ।

କିନ୍ତୁ ୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍‌ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ପାଇଁ ୧୦ ଜୁଲାଇ ସକାଳ ୧୧ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ । ତେବେ ପୁରୀ ଜିଲ୍ଳାରେ ୧୩ ଜୁଲାଇ ଦିନ ୧୧ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details