ଓଡିଶା

odisha

ETV Bharat / city

ଶ୍ରେଣୀ ଗୃହରେ ପାଠ ପଢିବେ ଷଷ୍ଠ, ସପ୍ତମ ଛାତ୍ରଛାତ୍ରୀ; ଅଭିଭାବକ କହିଲେ ସ୍ବାଗତଯୋଗ୍ୟ ପଦକ୍ଷେପ - ଶିକ୍ଷା ବ୍ୟବସ୍ଥା

ଦୀର୍ଘ ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଆସନ୍ତା 15 ତାରିଖରେ ସପ୍ତମ ଓ ଷଷ୍ଠ ଶ୍ରେଣୀ ସ୍କୁଲ ଖୋଲାଯିବ । ତେବେ ଏନେଇ କିଛି ଅଭିଭାବକ କହିଛନ୍ତି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ଅଧିକ ପଢନ୍ତୁ...

15ରୁ ଶ୍ରେଣୀ ଗୃହରେ ପାଠ ପଢିବେ ସପ୍ତମ ଓ ଷଷ୍ଠ ଛାତ୍ରଛାତ୍ରୀ
15ରୁ ଶ୍ରେଣୀ ଗୃହରେ ପାଠ ପଢିବେ ସପ୍ତମ ଓ ଷଷ୍ଠ ଛାତ୍ରଛାତ୍ରୀ

By

Published : Nov 11, 2021, 4:22 PM IST

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର 15ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ ।

15ରୁ ଶ୍ରେଣୀ ଗୃହରେ ପାଠ ପଢିବେ ସପ୍ତମ ଓ ଷଷ୍ଠ ଛାତ୍ରଛାତ୍ରୀ

ଜୁଲାଇ 26ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା । ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ 16 ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର 15 ତାରିଖରୁ ଆରମ୍ଭ କରାଯାଇଛି । ତେବେ ଆସନ୍ତା 15 ତାରିଖରେ ସପ୍ତମ ଓ ଷଷ୍ଠ ଶ୍ରେଣୀ ସ୍କୁଲ ଖୋଲାଯିବ। ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଦୀର୍ଘ ଦିନ ପରେ କ୍ଳାସ ରୁମରେ ପାଠପଢା ହେବ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

କୋରୋନା କାଳରେ ଅନେକ ମାତ୍ରାରେ ଅନଲାଇନରେ ପାଠପଢ଼ା ଫେଲ ମାରିଥିଲା । ଯେ କୌଣସି ପରିସ୍ଥିତିରେ ଅଭିଭାବକମାନେ ଚାହୁଁଥିଲେ ଯେ ସ୍କୁଲ ଖୋଲାଯାଉ ଏବଂ କୋରୋନା ନିୟମ କଟକଣା ମାନି ସ୍କୁଲରେ ପାଠପଢ଼ା କରାଯାଉ ।ଏହା ସହ ଖୁବ ଶୀଘ୍ର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଉ ବୋଲି କହିଛନ୍ତି ।

ଏପଟେ ଜଣେ ଅଭିାବକ କରୁଣାକର ପ୍ରଧାନ କହିଛନ୍ତି ଯେ ଏବେବି ପିଲାଙ୍କ ମନରେ ଉତ୍ସାହ ରହିଛି । ସ୍କୁଲରେ କ୍ଳାସ ରୁମରେ ପାଠ ପଢିବା ପାଇଁ । ସଂକ୍ରମଣ ହେତୁ ଅନେକ ଅଭିଭାବକ ରାଜି ହେଉନଥିବା ବେଳେ ଆଉ କିଛି ଅଭିଭାବକ ସ୍କୁଲ ଛାଡିବା ପାଇଁ ରାଜି ହେଉ ନାହାଁନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details