ଓଡିଶା

odisha

ETV Bharat / city

ନାହାଁନ୍ତି ପିଲା, ବନ୍ଦ ହେବ 6 ହଜାର ସ୍କୁଲ - କୋରୋନା ପ୍ରଭାବ, ଓଡିଶାରେ ବନ୍ଦ ହେବ 6 ହଜାର ସ୍କୁଲ

ସରକାରୀ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା 6 ହଜାର ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

କୋରୋନା ପ୍ରଭାବ, ଓଡିଶାରେ ବନ୍ଦ ହେବ 6 ହଜାର ସ୍କୁଲ
କୋରୋନା ପ୍ରଭାବ, ଓଡିଶାରେ ବନ୍ଦ ହେବ 6 ହଜାର ସ୍କୁଲ

By

Published : Mar 13, 2020, 4:58 PM IST

Updated : Mar 14, 2020, 11:27 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ସରକାରୀ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

କୋରୋନା ପ୍ରଭାବ, ଓଡିଶାରେ ବନ୍ଦ ହେବ 6 ହଜାର ସ୍କୁଲ

୬୩୪୦ ବିଦ୍ୟାଳୟରୁ ରାୟଗଡା ଜିଲ୍ଲାରେ ସର୍ବାଧିକ ୪୯୮ଟି ସ୍କୁଲ, ମୟୂରଭଞ୍ଜରେ ୪୮୬ଟି ଏବଂ ଗଞ୍ଜାମ ଜିଲ୍ଲାରେ ୪୩୦ଟି ସ୍କୁଲ ରହିଛି । ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଏହି ବିଦ୍ୟାଳୟ ଗୁଡ଼ିକରେ ନାମଲେଖା ସଂଖ୍ୟା କମ୍ ଏବଂ ଭିତ୍ତିଭୂମି ଅଭାବ ଯୋଗୁଁ ନିକଟସ୍ଥ ସରକାରୀ ବିଦ୍ୟାଳୟ ଗୁଡ଼ିକ ସହିତ ମିଶ୍ରଣ କରାଯିବ । ଏହି ପ୍ରକ୍ରିୟାରେ ଶିକ୍ଷା ଅଧିକାର ଆଇନକୁ କଡାକଡି ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ମଧ୍ୟ ସୂଚନା ଦିଆଯାଇଛି । ଯଦି ଅଗ୍ରଣୀ ବିଦ୍ୟାଳୟର ଦୂରତା 1 କିମିରୁ ଅଧିକ ହୁଏ ତେବେ ଛାତ୍ରଙ୍କୁ ‘ଆରଟିଇ’ ମାନଦଣ୍ଡ ଅନୁଯାୟୀ ଏସକର୍ଟ / ପରିବହନ ଭତ୍ତା ପ୍ରଦାନ କରାଯିବ ।

କୋରୋନା ପ୍ରଭାବ, ଓଡିଶାରେ ବନ୍ଦ ହେବ 6 ହଜାର ସ୍କୁଲ

ସେହିପରି ସାଟେଲାଇଟ୍ ବିଦ୍ୟାଳୟ ଗୁଡିକରର ସମସ୍ତ ଶିକ୍ଷକ, ପ୍ରଧାନଶିକ୍ଷକ, କର୍ମଚାରୀ ମଧ୍ୟ ସେମାନଙ୍କର ସେବା ଅବସ୍ଥାରେ କୌଣସି ପରିବର୍ତ୍ତନ ନକରି ଅଗ୍ରଣୀ ବିଦ୍ୟାଳୟକୁ ଯିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 14, 2020, 11:27 AM IST

ABOUT THE AUTHOR

...view details