ଓଡିଶା

odisha

ଦୁର୍ନୀତି ଅଭିଯୋଗ: 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

By

Published : Jan 10, 2020, 6:26 PM IST

Updated : Jan 10, 2020, 7:47 PM IST

ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର । 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ସରକାର । ଅଧିକ ପଢନ୍ତୁ...

six state govt employees
ଦୁର୍ନୀତି ଅଭିଯୋଗ, 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ସରକାର । ଶୁକ୍ରବାର 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର।

ବାଧ୍ୟତାମୂଳକ ଅବସର ନେଇଥିବା ଅଫିସର ହେଲେ ବରଗଡ ଜିଲ୍ଲାର RWSSର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ତିଆଡି ଓ ଜ୍ଞାନେନ୍ଦ୍ର ପଟେଲ । 2010ରେ ନାରାୟଣ ତିଆଡିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ଏହାସହ ସେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିଲେ। ସେହିପରି ଆସିଷ୍ଟାଣ୍ଟ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଦୁର୍ନୀତି ଅଭିଯୋଗ, 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏମାନଙ୍କ ସହିତ ଆଉ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସେମାନେ ହେଲେ ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ କୁମାର ରାୟ, ବିଜ୍ଞାନ କୁମାର ବେଉରିଆ ଓ ଅମୀୟ କୁମାର ସେଠୀ । ଏମାନଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଥିବା ଜଣାପଡିଛି।

ଦୁର୍ନୀତି ଅଭିଯୋଗ, 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସୂଚନାଥାଉକି, ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ 59 ଜଣ ଅଫିସରଙ୍କୁ ବରଖାସ୍ତ କରାଯାଇଥିବା ବେଳେ 12 ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 11 ଜଣଙ୍କ ପେନସନ ବନ୍ଦ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 10, 2020, 7:47 PM IST

ABOUT THE AUTHOR

...view details