ଭୁବନେଶ୍ବର:ସରକାରୀ ଅଧିକାରୀଙ୍କ ଉପରେ ଜାରି ରହିଛି ଚୋଟ। ଲଗାତାର ଭାବରେ କର୍ତ୍ତବ୍ୟ ରେ ଅବହେଳା ହେଉ କିମ୍ବା ଦୁର୍ନୀତି, ଅନିୟମିତତା ଘଟଣା ହେଉ ଅଫିସର ଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସରକାର।
କାର୍ଯ୍ୟରେ ଅବହେଳା ପାଇଁ 3 ଓଜେଏସ ବହିଷ୍କୃତ
କର୍ତ୍ତ୍ୟବରେ ଅବହେଳା ଯୋଗୁଁ ପୁଣି ଲାଗିଛି ବାବୁଙ୍କୁ ଛାଟ । କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। 3 ଓଜେଏସ ବହିଷ୍କୃତ ଅଧିକାରୀଙ୍କୁ କରିଛନ୍ତି ନିଲମ୍ବିତ ।
ଫାଇଲ ଫଟୋ
ଗୁରୁବାର ପ୍ରଥମ ଥର ପାଇଁ 3 ଲିଗଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏମାନେ ହେଲେ APP ପୂର୍ଣ୍ଣଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର, ବଂଶୀଧର ଦାସ। ଏମାନଙ୍କୁ ଟର୍ମିନେଟ କରାଯାଇଛି। ଆଇନ ବିଭାଗ ଏବେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ