ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପାରାଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିଭାଇ ଥିବା ରାଜ୍ୟ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏହାକୁ ନେଇ ଟ୍ବିଟ୍ କରି ଧନ୍ୟବାଦନ ଅର୍ପଣ କରିଛନ୍ତି ଅନ୍ତର୍ଜାତୀୟ ପାରା ଆଥଲେଟ୍ ପ୍ରମୋଦ ଭଗତ ।
ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ଦିଆଯିବ । ସେହିଭଳି ସାମାଜିକ କାର୍ଯ୍ୟ ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାସ, କଳା ପାଇଁ ଶ୍ୟାମାମଣି ଦେବୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ । ଶିକ୍ଷା ଓ ସାହିତ୍ୟ ପାଇଁ ପାଇଂ ନୃଶିଂହ ପ୍ରସାଦ ଗୁରୁଙ୍କୁ ମଧ୍ୟ ଏହି ସମ୍ମାନ ମିଳିବ ।
- କଳା ପାଇଁ ଶ୍ୟାମାମଣି ଦେବୀଙ୍କୁ ପଦ୍ମଶ୍ରୀ
- ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ମିଳିବ ପଦ୍ମଶ୍ରୀ
- ସମାଜ ସେବା ପାଇଁ ବାବା ବଳିଆଙ୍କୁ ପଦ୍ମଶ୍ରୀ
- ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆଦିତ୍ୟ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ
- ସାହିତ୍ୟ ପାଇଁ ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ
- ଓଡିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ପୁରସ୍କାର
- ଗୁରୁ ପ୍ରସାଦ ମହାପାତ୍ର (ସିଭିଲ ସର୍ଭିସ-ଦିଲ୍ଲୀରୁ ମନୋନୀତ)