ଭୁବନେଶ୍ବର: ଆସିଲା ବନ୍ୟା ସ୍ଥିତି ରିପୋର୍ଟ । ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି ।
ବନ୍ୟାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ନିଖୋଜ ରହିଛନ୍ତି । ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ହୋଇଥିବା ବେଳେ ଅନ୍ୟ ଦୁଇଜଣ କନ୍ଧମାଳ ଓ କୋରାପୁଟର ବୋଲି ଜଣା ପଡିଛି । କନ୍ଧମାଳର କଳାହାଣ୍ଡି ଓ କନ୍ଧମାଳରେ କଳାହାଣ୍ଡିରେ ସର୍ବାଧିକ 12ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ରାୟଗଡାରେ 11ଟି, ମାଲକାନଗିରିରେ 6ଟି ଜିଲ୍ଲା ପ୍ରଭାବିତ ହୋଇଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ମିଶାଇ 43ଟି ବ୍ଲକରେ 1012 ଗ୍ରାମର 1,30,072 ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜିଲ୍ଲାଗୁଡିକରେ ମୋଟ 2081ଟି ଘର ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।