ଭୁବନେଶ୍ବର:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ଚୂଡ଼ାନ୍ତ ପଦ୍ଧତି ଜାରି ହୋଇଥିଲା । ମାଟ୍ରିକ ଫଳାଫଳରେ ଅସନ୍ତୁଷ୍ଟ ହେଲେ ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ ବୋଲି ସ୍ଥିର କରାଯାଇଥିଲା । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଛି ବୋଲି ମନ୍ତ୍ରୀ କହିଛନ୍ତି ।
କୋରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଣୁ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନବମ ଓ ଦଶମ ଶ୍ରେଣୀର ନମ୍ବର ଆଧାରରେ ହେବ। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ବିଚାରକୁ ନିଆଯିବ। ଏହି ବ୍ୟବସ୍ଥା ବୋର୍ଡ ଇତିହାସରେ ପ୍ରଥମ ଥର ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଆଉ କୌଣସି ସାଧନ ଓ ବିକଳ୍ପ ନାହିଁ। ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାହା ବାସ୍ତବ ସ୍ଥିତି ରହିଛି ତାହା କରାଯାଉଛି ବୋଲି ସେ କହିଛନ୍ତି ।