ଓଡିଶା

odisha

ETV Bharat / city

ଶିଶିରସରସ 2020: ସାତ ଦିନରେ 10 କୋଟି ଟଙ୍କାର ବେପାର - ଭୁବନେଶ୍ବର ଶିଶିର ସରସ ମେଳା

ରାଜଧାନୀ ଶିଶିର ସରସ ମେଳାରେ ଜମୁଛି ଲୋକଙ୍କ ଭିଡ । ଜୋରସୋର ଚାଲିଛି ବେପାର । ସାତ ଦିନ ଭିତରେ ହେଲାଣି 10 କୋଟିର ବେପାର ।ଆଗକୁ ପଢନ୍ତୁ...

Sisira Saras mega fair enthralls visitors
ଶିଶିରସରସ 2020

By

Published : Jan 11, 2020, 11:45 AM IST

ଭୁବନେଶ୍ବର: ଗୋଟିଏ ସପ୍ତାହରେ 10 କୋଟି ଟଙ୍କାର ବେପାର । ରାଜଧାନୀରେ ଚାଲିଛି 2020 ଶିଶିର ସରସ ମେଳା । ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଦେଖିବାକୁ ୟୁନିଟ 3 ପ୍ରଦର୍ଶନୀ ପଡିଆରେ ସବୁ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ ଜମୁଛି।

ଶୀତୁଆ ରାତି ସହ ସାଂସ୍କୃତିକ ସନ୍ଧ୍ୟାର ଆସର ମଧ୍ୟ ଜମୁଛି। ମଝିରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ବେପାରୀ ଚିନ୍ତାରେ ଥିବାବେଳେ ଏବେ ପାଗ ମଧ୍ୟ ସାଥ ଦେଉଛି। ବିଭିନ୍ନ ଖାଦ୍ୟପେୟ ସହିତ ଲୋକେ ଜିନିଷ ପତ୍ର କିଣିବାର ଦେଖିବାକୁ ମିଳୁଛି। ଓରମାସ ପକ୍ଷରୁ ଚାଲିଥିବା ଏହି ମେଳାରେ ମୋଟ 306 ଟି ଷ୍ଟଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କାରିଗର ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି। ଆଉ ତିନି ଦିନ ଧରି ଏହି ମେଳା ଚାଲିବ ।

ଶିଶିରସରସ 2020

ମଝିରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ବେପାରୀ ଚିନ୍ତାରେ ଥିବା ବେଳେ ଏବେ ପାଗରେ ହୋଇଛି ପରିବର୍ତ୍ତନ । ଜମୁଛି ବେପାର । ଘରକରଣା ଠାରୁ ଖାଇବା ଜିନିଷ ସବୁ ପ୍ରକାରର ଜିନିଷ ଗୋଟିଏ ସ୍ଥାନରେ ପାଇ ପାରୁଛନ୍ତି ଲୋକେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

ABOUT THE AUTHOR

...view details