ଭୁବନେଶ୍ବର: ଗଡିଲା ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ। ଚଳିତ ବର୍ଷ ପର୍ଯ୍ୟଟନ କ୍ଷେତ୍ର ବାଲେଶ୍ବରରୁ ପ୍ରଥମ କରି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି।
ବରିଷ୍ଠ ନାଗରିକଙ୍କ ହରିଦ୍ଵାର-ଋଷିକେଶ ଯାତ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ହରିଦ୍ବାର-ଋଷିକେଶ ଅଭିମୁଖେ ଏହି ଆଧ୍ୟାତ୍ମିକ ଯାତ୍ରା । ତେବେ ବରିଷ୍ଠ ନାଗରିକଙ୍କ ଏହି ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ଏହି ତୀର୍ଥଯାତ୍ରାରେ ଭଦ୍ରକ, ବାଲେଶ୍ବର, ଯାଜପୁର,ମୟୂରଭଞ୍ଜ, କେଉଁଝର,ଜିଲ୍ଲାର ୯୭୦ ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ୩୦ ଜଣ ଏସକଟ୍ ଅଫିସର ନିୟୋଜିତ ହୋଇଛନ୍ତି ।
ବାଲେଶ୍ବର ଠାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ୧୨ହଜାର ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ କରି ସାରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ