ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । 1214 କୋଟି ଟଙ୍କାର 8 ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏଥିରେ 2427ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।
1214 କୋଟିର 8 ଟି ନୂତନ ପ୍ରକଳ୍ପକୁ ଅନୁମୋଦନ - 8 ଟି ନୂତନ ପ୍ରକଳ୍ପକୁ ଅନୁମୋଦନ
ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । 1214 କୋଟି ଟଙ୍କାର 8 ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏଥିରେ 2427ରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତ । ଅଧିକ ପଢନ୍ତୁ...
ଆଜି ଅପରାହ୍ନରେ 99 ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା । 1214 କୋଟି ଟଙ୍କାର 8 ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ଅଥରିଟି । ଏଥିରେ ଉତ୍ପାଦନ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ଶିଳ୍ପ ରହିଛି । ଏହି ଶିଳ୍ପ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 2427 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୟୂରଭଞ୍ଜର ରାଇରଙ୍ଗପୁରରେ ସ୍ଥାପିତ ହେବ 256 କୋଟି ବିନିଯୋଗରେ ଏନର୍ଜାଇଜ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ । ଏହା ଦ୍ୱାରା 274 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଭୁବନେଶ୍ୱର ଡୁମଡୁମାରେ ଆଇଟିସି ଲିମିଟେଡ୍ ଦ୍ୱାରା ଏକ 5 ତାରକା ହୋଟେଲ ନିର୍ମାଣ ପ୍ରକଳ୍ପକୁ ମିଳିଛି ଅନୁମୋଦନ । 141.14 କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ହୋଟେଲରେ 120 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଭୁବନେଶ୍ୱରରେ ଫାଲକନ୍ ରିଏଲ୍ ଇଷ୍ଟେଟ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଏକ 5 ତାରକା ହୋଟେଲ 120.26 କୋଟି ବିନିଯୋଗରେ ନିର୍ମାଣ ହେବ । ସେଥିରେ 900 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ବିସ୍କୁଟ, କେକ୍, ରସ୍କ ଏବଂ ଅନ୍ୟାନ୍ୟ ବେକେରୀ ଉତ୍ପାଦର ଅତିରିକ୍ତ କ୍ଷମତା ବୃଦ୍ଧି ହେବ । ବାର୍ଷିକ କ୍ଷମତା 30,000 MT କ୍ଷମତା ବିଶିଷ୍ଟ 93.60 କୋଟି ଟଙ୍କାର କାରଖାନା ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ । ଏଥିରେ 350 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।
ଦେଓଗଡରେ 215.15 କୋଟି ବିନିଯୋଗରେ ପ୍ରତିଷ୍ଠା ହେବ 200 KLPD ଡିଷ୍ଟିଲରି ଏବଂ କୋଜେନେରେସନର 2ଟି ପ୍ଲାଣ୍ଟ । ଏ ଦ୍ୱାରା 249ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି ଝାସୁଗୁଡାରେ, ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ