ଭୁବନେଶ୍ବର: 'ସିଂହଦ୍ବାର ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ'ର ଏମଡି ଗିରଫ । ନକଲି କାଗଜ ପତ୍ର ଦେଖାଇ ଜମି କିଣାବିକାରେ ଜାଲିଆତି କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଜମି କିଣାବିକାରେ ଜାଲିଆତି କରି ଫେରାର୍ ଥିଲେ ଏମଡି ଅମିୟ ରଥ(50) ।
ନକଲି ଜମି କାଗଜ ଦେଖାଇ ଠକେଇ, 4 ବର୍ଷ ପରେ ଚାଲାକ୍ ବିଲ୍ଡର ଗିରଫ - ବିଲ୍ଡର ଅମିୟ ରଥ ଗିରଫ
ଜମି କିଣାବିକାରେ ହେରଫେର୍ ମାମଲାରେ 'ସିଂହଦ୍ବାର ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ'ର ଏମଡି ଗିରଫ । 4 ବର୍ଷ ହେବ ଥିଲେ ଫେରାର୍ । ଅଧିକ ପଢନ୍ତୁ...
ଅଭିଯୋଗ ଅନୁଯାୟୀ ଅମିୟ ଗୋଟିଏ ଜମିକୁ 3 ଜଣଙ୍କୁ ବିକ୍ରି କରୁଥିଲେ । ଜଣଙ୍କୁ ଜମି ବିକ୍ରିକରି ଟଙ୍କା ଆଣିବା ପରେ ପୁଣି ସମାନ ଜମି ଜମି ଦେଖାଇ ଅନ୍ୟମାନଙ୍କ ଠାରୁ ଟଙ୍କା ହଡପ କରୁଥିଲେ । ଏନେଇ ଚନ୍ଦ୍ରଶେଖରପୁର ବିଡିଏ କଲୋନି ଏମଆଇଜି-1 ରେ ରହୁଥିବା ବିଜୟ କୁମାର ସାହୁ(65) 15 ଲକ୍ଷ ଠକେଇ ନେଇ 2017 ରେ ଅଭିଯୋଗ କରିଥିଲେ । ଅମିୟ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ବିଜୟ ଅଭିଯୋଗ କରିବା ପରେ ମଞ୍ଚେଶ୍ବର ଥାନା ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ପରେ ଦୀର୍ଘ 4 ବର୍ଷ ପରେ ବିଲ୍ଡର ଅମିୟକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ