ଭୁବନେଶ୍ବର: ଓଡିଶାର ଲୋକପ୍ରିୟ ସର୍ବ ସମ୍ପୂର୍ଣ୍ଣା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ତପୁଙ୍କ ସ୍ମୃତିରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ ତପୁ only ତପୁ । ସେ ଏକାଧାରାରେ ଜଣେ ଶାସ୍ତ୍ରୀୟ, ଲୋକଗୀତ ଓ ବର୍ଷାଟାଇଲ ବା ସର୍ବସମ୍ପୂର୍ଣ୍ଣା କଣ୍ଠଶିଳ୍ପୀ ହୋଇଥିବା ବେଳେ ହସ ହସ ମୁହଁ ତପୁଙ୍କୁ ସବୁବେଳେ ଚିର ଅମର କରି ରଖିଛି ।
ସ୍ମୃତିରେ ତପୁ ମିଶ୍ର, ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝୁରିଲେ ଫ୍ୟାନ୍ସ
ଦିବଂଗତ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭଞ୍ଜକଳା ମଣ୍ଡପରେ ପାଳିତ । ତପୁଙ୍କ ସ୍ମୃତିରେ ତପୁ only ତପୁ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ
Singer Tapu Mishra: ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝୁରିଲେ ଫ୍ୟାନ୍ସ
ସେ ଆଜି ଆମ ଭିତରେ ନାହାନ୍ତି ବା ତାଙ୍କ ମୃତ୍ୟୁକୁ ବର୍ଷେ ପୂରଣ ହୋଇଛି ସତ । କିନ୍ତୁ ତାଙ୍କର ସୁମଧୁର ସଂଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟରେ ରହିଛନ୍ତି । ତେଣୁ ପ୍ରଥମ ଶ୍ରାଦ୍ଧ ଦିବସରେ ତପୁ ଗାଇଥିବା ଗୀତଗୁଡିକୁ ପରିବେଷଣ କରିଥିଲେ ଓଲିଓଡର ଜଣାଶୁଣା ଗାୟକ ଗାୟିକା । ସେ ଗାଇଥିବା ଆଇ ଲଭ ୟୁ, ବାପା, କିଛି ବାଟ ଚାଲି ପୁଣି ଏମିତି ଅନେକ ଗୀତ ଗାଇ ତପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ତାଙ୍କ ଗୀତ ଗାଇଥିବା କଳାକାରଙ୍କୁ ପ୍ରୋତ୍ସାହିତ ଓ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ସମ୍ମାନିତ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର