ଓଡିଶା

odisha

ETV Bharat / city

ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ଥିଲା ଅଛି ରହିବ: ସଙ୍ଗୀତା ଗୋସ୍ବାମୀ - ଭୁବନେଶ୍ବର ନ୍ୟୁଜ

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି (State demands classical status for Odissi music) କରିଥିଲେ ରାଜ୍ୟ ସରକାର । ହେଲେ କେନ୍ଦ୍ର ଏହାକୁ ପ୍ରତ୍ୟାଖାନ କରିଛି । ଓଡିଶୀ ସଙ୍ଗୀତ ନିଜର ଗର୍ବଗୌରବ ଓ ଅସ୍ମିତାକୁ ବଜାଇ ରଖିଥିବାରୁ ସେ ସର୍ବଦା ପାରମ୍ପରିକ ଧାରରେ ଶାସ୍ତ୍ରୀୟତାକୁ ବଜାୟ ରଖିଛି । ଅଧିକ ପଢନ୍ତୁ

ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ଥିଲା ଅଛି ରହିବ
ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ଥିଲା ଅଛି ରହିବ

By

Published : Dec 14, 2021, 11:07 AM IST

ଭୁବନେଶ୍ବର:ପାଇକ ବିଦ୍ରୋହ (Paika Rebellion) ପରି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇଁ ଦାବି ହୋଇଛି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି (State demands classical status for Odissi music) କରିଥିଲେ ରାଜ୍ୟ ସରକାର । ହେଲେ କେନ୍ଦ୍ର ଏହାକୁ ପ୍ରତ୍ୟାଖାନ କରିଛି । ଓଡିଶୀ ସଙ୍ଗୀତ ନିଜର ଗର୍ବଗୌରବ ଓ ଅସ୍ମିତାକୁ ବଜାଇ ରଖିଥିବାରୁ ସେ ସର୍ବଦା ପାରମ୍ପରିକ ଧାରରେ ଶାସ୍ତ୍ରୀୟତାକୁ ବଜାୟ ରଖିଛି । ଆଉ ତା ସ୍ଵତନ୍ତ୍ରତାକୁ ଓ ଲୋକପ୍ରିୟତାକୁ ନେଇ ବିଶ୍ବବନ୍ଦିତ ହୋଇପାରିଛି ବୋଲି କହିଛନ୍ତି ଓଡିଶୀ କଣ୍ଠଶିଳ୍ପୀ ସଂଗୀତା ଗୋସ୍ବାମୀ ।

ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ଥିଲା ଅଛି ରହିବ

ସେ ଆହୁରି କହିଛନ୍ତି ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ଥିଲା ଶାସ୍ତ୍ରୀୟ ଅଛି ଆଉ ସବୁବେଳେ ଶାସ୍ତ୍ରୀୟ ରହିବ । କାହାର କଥା କିଛି ପରିବର୍ତ୍ତନ କରିବ ନାହିଁ । ଓଡିଶୀ ସଙ୍ଗୀତ ବିଶ୍ବ ଦରବାରରେ ତାର ଏକ ପରିଚୟ ସୃଷ୍ଟି କରିଛି । ସଙ୍ଗୀତ ବିଷୟରେ ଜାଣିବାକୁ ଲୋକଙ୍କ ଅଧିକରୁ ଅଧିକ ଆଗ୍ରହ ବଢୁଛି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦାବି ପଦକ୍ଷେପ ସ୍ବାଗତଯୋଗ୍ୟ । ଓଡିଶୀ ସଙ୍ଗୀତ ତାର ଗର୍ବ ଗୌରବକୁ ବଜାୟ ରଖିଛି ବୋଲି କହିଛନ୍ତି କଣ୍ଠଶିଳ୍ପୀ ସଙ୍ଗୀତା ଗୋସ୍ବାମୀ ।

ଆହୁରି ପଢନ୍ତୁ...ପୁଣିଥରେ ନିରାଶ କଲା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତକୁ ଦେଲାନି ଶାସ୍ତ୍ରୀୟ ମାନ୍ୟତା

ବର୍ତ୍ତମାନ ଓଡିଶୀ ଗବେଶଣା କେନ୍ଦ୍ରରେ ଏକ କମିଟି ଗଠନ କରାଯାଇ ମନୋଗ୍ରାଫ ପ୍ରସ୍ତୁତ ହେଉଛି । ଯାହା ଅନେକ ସ୍ଥାନରେ ବିତରଣ କରାଯିବ । ଓଡିଶୀ ସଙ୍ଗୀତର ପ୍ରାଚୀନତା ବିଷୟରେ ଲୋକ ଜାଣିବେ । ଓଡିଶୀ ସଙ୍ଗୀତ ତାର ଧାରା ପାରମ୍ପରିକତା ସହ ଆଗେଇ ଚାଲିଛି ବୋଲି କହିଛନ୍ତି ସଙ୍ଗୀତା ଗୋସ୍ବାମୀ । ସେହିପରି ଓଡିଶୀ ଗବେଷକ କୀର୍ତନ ନାରାୟଣ ପାଢ଼ୀ କହିଛନ୍ତି ଓଡିଶୀ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ସେଥିପାଇଁ ପ୍ରତି ଓଡ଼ିଆଙ୍କୁ ଏହି ଦାବିକୁ ଉଠେଇବା ଦରକାର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିିଭି ଭାରତ

ABOUT THE AUTHOR

...view details