ଓଡିଶା

odisha

ETV Bharat / city

ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ ସୁବ୍ରମଣ୍ୟମ୍ - ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଖ୍ୟାତିନାମା କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଭାଓଲିନ ବାଦକ ଏଲ. ସୁବ୍ରମଣ୍ୟମ୍ । ଅଧିକ ପଢନ୍ତୁ

ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ ସୁବ୍ରମଣ୍ୟମ୍
ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ ସୁବ୍ରମଣ୍ୟମ୍

By

Published : Mar 2, 2022, 9:01 AM IST

Updated : Mar 2, 2022, 10:06 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ପଦ୍ମ ବିଭୂଷଣ ଏଲ. ସୁବ୍ରମଣ୍ୟମ୍ । ନବୀନ ନିବାସରେ ଏହି ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଗତକାଲି(ମଙ୍ଗଳବାର) ପ୍ରଭୁ ଲିଙ୍ଗରାଜଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ଯୋଗ ଦେବାକୁ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତ ଜଗତର ଏହି ଦୁଇ ଲୋକପ୍ରିୟ କଳାକାର। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ଥିଲେ ।

କବିତା କ୍ରିଷ୍ଣାମୂର୍ତ୍ତୀ ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ଏଲ. ସୁବ୍ରମଣ୍ୟମ୍ ମଧ୍ୟ ଜଣେ ସୁନାମଧନ୍ୟ ଭାଓଲିନ ବାଦକ ଅଟନ୍ତି । ସଙ୍ଗୀତ ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଛି । ଗତକାଲି(ମଙ୍ଗଳବାର) ମହାଶିବରାତ୍ରୀ ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜିତ ହୋଇଥିଲା । କବିତା କ୍ରୀଷ୍ଣାମୂର୍ତ୍ତି ଏବଂ ଏଲ ସୁବ୍ରମଣ୍ୟମ ଏହି ସମାରୋହରେ ଯୋଗ ଦେବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 2, 2022, 10:06 AM IST

ABOUT THE AUTHOR

...view details