ଭୁବନେଶ୍ବର: କୋରୋନା କଟକଣାର ପୀଡା ଅଳ୍ପେ ବହୁତେ ସମସ୍ତଙ୍କୁ ପ୍ରଭାବିତ କରିଥିବାବେଳେ ରାଜ୍ୟରେ ଥିବା କଳାକାରଙ୍କ ଉପରେ ଏହା ଅଧିକ ଭାବେ ପରିଲକ୍ଷିତ ହେଉଥିବା ଦେଖାଯାଇଛି । ସାଧାରଣତଃ ମଞ୍ଚ ଓ ଓପନ ପେଣ୍ଡାଲ ପ୍ରୋଗ୍ରାମ କରି କିଛି ଉପାର୍ଜନ କରୁଥିବା ଏହି କଳାକାର ମନେ ଏବେ ସମ୍ପୂର୍ଣ୍ଣ ଭାବେ ହାତ ବାନ୍ଧି ବସି ରହିଛନ୍ତି । ପାଖରେ ଥିବା ସଞ୍ଚିତ ଅର୍ଥ ଶେଷ ହୋଇ ଯାଉଥିବା ବେଳେ କାମ କିଛି ନଥିବାରୁ ଏକ ପ୍ରକାର ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ରାଜ୍ୟର କଳାକାର।
ଆଉ ଏହି ସମୟରେ ସେମାନଙ୍କୁ ସହାୟତା କରିବାକୁ ଜୟଶ୍ରୀ ଧଳଙ୍କ ପରି କିଛି କଣ୍ଠଶିଳ୍ପୀ ଓ ଅନୁଷ୍ଠାନ ମାନେ ଆଗେଇ ଆସିଛନ୍ତି। ସେମାନଙ୍କ ଚଳଣି ପାଇଁ ରାସନ ସାମଗ୍ରୀ ପ୍ରଦାନ କରି ଆଉ କିଛି ଦିନ ସଂଗ୍ରାମ କରିବାକୁ ସେମାନଙ୍କୁ ଉତ୍ସାହ ଦେଇଥିବା କହିଛନ୍ତି।