ଓଡିଶା

odisha

ETV Bharat / city

ଜଳୁଛି ଜଙ୍ଗଲ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି ଟିମ, ଟ୍ବିଟରେ ଜବାବ ଦେଲା ବିଜେଡି - BJD BJP on forest fire issue

ଶିମିଳିପାଳ ଅଭାୟରଣ୍ୟରେ ନିଆଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପି ଟିମ । ସେପଟେ ରାଜ୍ୟ ସରକାର ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିବା ଟ୍ବିଟରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ଓ ବିଧାୟକ । ଅଧିକ ପଢନ୍ତୁ...

similipal forest fire bjp team meet union minster, bjd respond on twitter
ଜଳୁଛି ଜଙ୍ଗଲ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି ଟିମ, ଟ୍ବିଟରେ ଜବାବ ଦେଲା ବିଜେଡି

By

Published : Mar 10, 2021, 4:45 PM IST

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟ ନିଆଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେପି ଟିମ । ଏ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛି ବିିଜେପି । ଏହାର ଜବାବ ଟ୍ବିଟରେ ଦେଇଛି ବିଜେଡି । ସେପଟେ ରାଜ୍ୟ ସରକାର ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଥିବା ଟ୍ବିଟରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ଓ ବିଧାୟକ ।

ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳୀ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ବିଟ କରିଛନ୍ତି । ରାଜ୍ୟରେ ନିଆଁ ଲିଭା କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଓଡିଶା ସରକାର 24 ଘଣ୍ଟା ନିରନ୍ତର ଭାବରେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁ ଲିଭା କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେରେ ବିଜେଡି କାର୍ଯ୍ୟକର୍ତ୍ତା ସାମିଲ ହେଉଛନ୍ତି । ହଜାର ସଂଖ୍ୟରେ ବନବିଭାଗ କର୍ମଚାରୀ, ଓଡ୍ରାଫ ସହ ଦମକଳ ବାହୀନି ନିୟୋଜିତ କରାଯାଇଛି ।

ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ । ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ । ଏହାର ସୁରକ୍ଷା ପାଇଁ ସମସ୍ତେ ଏକ ହୋଇ କାମ କରିବା ଏବଂ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା ନେଇ କହିଛନ୍ତି ।

ରାଜ୍ୟସଭା ସାଂସଦ ମମତା ମହନ୍ତ ନିଜେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟ ତଦାରଖ କରୁଛନ୍ତି ବୋଲି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରିଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଜିତ କୁମାର ଶିମିଳିପାଳର ନିଆଁ ଲିଭା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏବଂ ବିଜେଡି କର୍ମକର୍ତ୍ତାଙ୍କୁ ପ୍ରଂଶସା କରିଛନ୍ତି । ସମସ୍ତେ ଦଳ ମତ ନିର୍ବିଶେଷରୁ ବାହାରି ଆସନ୍ତୁ ଏ ଭଳି ସମୟରେ ଏକତ୍ର ଭାବରେ କାର୍ଯ୍ୟ କରିବା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details