ଭୁବନେଶ୍ବର: ନ୍ୟାୟ ପାଇଁ ମାନବାଧିକାର କମିଶନର ଦ୍ବାରସ୍ଥ ହୋଇଛନ୍ତି ଶିଖ ବ୍ୟବସାୟୀ । ଗତ 14 ତାରିଖରେ ପୋଲିସ ଉପସ୍ଥିତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଶିଖ ବ୍ୟବସାୟୀଙ୍କୁ ପୋଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ମାତ୍ର ଅଭିଯୁକ୍ତଙ୍କୁ ଧରିବା ଓ ଦଣ୍ଡବିଧାନ ଦେବାରେ ପୋଲିସର ଯେଉଁଭଳି ତତ୍ପରତା ରହିବା କଥା ସେଭଳି ହୋଇ ନଥିବା ଅଭିଯୋଗ କରି ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପରବିନ୍ଦର ପାଲ ସିଂ।
ଏନେଇ ପରବିନ୍ଦର ନିଜ ପରିବାର ସଦସ୍ୟଙ୍କ ସହିତ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ଆସିଥିବାବେଳେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ ଉପସ୍ଥିତରେ ଏଭଳି ଘଟଣା ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ପୋଲିସ ଓ ରାଜନୈତିକ ସମ୍ପର୍କ ଥିବାରୁ ତାଙ୍କୁ ନ୍ୟାୟ ମିଳୁନାହିଁ।
ଏହି ଆକ୍ରମଣରେ ସମ୍ପୃକ୍ତ କିଛି ବ୍ୟକ୍ତି ଗିରଫ ହୋଇ ଥିବାବେଳେ ତାଙ୍କୁ ତୁରନ୍ତ ଜାମିନ ମିଳିଥିବା ବେଳେ ଅନ୍ୟକିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନାହିଁ। ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ଜାଣିଶୁଣି ସେମାନଙ୍କ ବିରୁଦ୍ଧରେ କଠୋର ଦଫା ନଲଗାଇ ହଟାଇ ଦିଆଯାଇଛି।