ଓଡିଶା

odisha

ETV Bharat / city

ରତ୍ନଭଣ୍ଡାରକୁ ନେଇ ତେଜୁଛି ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ - ratna bhandar issue

ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ । ତୁରନ୍ତ ରତ୍ନଭଣ୍ଡାରରେ ଅଳଙ୍କାର ଅଛି କି ନାହିଁ ତାହା ସାର୍ବଜନୀନ କରିବାକୁ ଦାବି ଜୋର ଧରିଛି ।

ରତ୍ନଭଣ୍ଡାରକୁ ନେଇ ତେଜୁଛି ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧି

By

Published : Oct 29, 2019, 9:48 PM IST

ଭୁବନେଶ୍ବର: ପୁଣି ଫେରିଲା ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ହିସାବ ରଖିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଯାହାକୁ ନେଇ ଜୋର ଧରିଛି ରାଜନୀତି । ରତ୍ନ ଭଣ୍ଡାରରେ ଅଳଙ୍କାର ଅଛି କି ନାହିଁ ତାହା ସାର୍ବଜନୀନ କରିବାକୁ ଜୋର ଧରିଛି ଦାବି ।

ରତ୍ନଭଣ୍ଡାରକୁ ନେଇ ତେଜୁଛି ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧି

ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ହେଉଛି ପ୍ରଭୁଙ୍କ ସମ୍ପତ୍ତି । ଏହା ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଗାଥାର ସାକ୍ଷୀ । ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ସମୟ ବିତି ଯାଇଛି । ରତ୍ନଭଣ୍ଡାରରେ ଥିବା କୋଟିକୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଆଜିବି ବଳବତ୍ତର ରହିଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଏପଟେ ରତ୍ନଭଣ୍ଡାର ସମ୍ପର୍କିତ କୌଣସି ଚିଠି ଆମର ହସ୍ତଗତ ହୋଇନି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଚିଠି ପାଇଲା ପରେ ତର୍ଜମା କରି ପଦକ୍ଷେପ ନେବୁ । କମିଶନଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଉଛି । କମିଶନ ଯାହା ନିର୍ଦ୍ଦେଶ ଦେବେ ତାହା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି କଂଗ୍ରେସ । ରତ୍ନଭଣ୍ଡାରକୁ ନେଇ ଶସ୍ତା ରାଜନୀତି କରା ନଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details