ଓଡିଶା

odisha

ETV Bharat / city

ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ - 'ଜୟ ଓଡ଼ିଶା' ଫାଉଣ୍ଡେସନ

ନିଜର ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ । ଏଭଳି କିଛି ନିଆରା ଦୃଶ୍ୟ ରାଜଧାନୀର ସହିଦ ନଗରରେ ଦେଖିବାକୁ ମିଳୁଛି । ଅଧିକ ଖବର ପଢନ୍ତୁ...

ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ
ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ

By

Published : Dec 15, 2019, 11:25 AM IST

ଭୁବନେଶ୍ବର: ନିଜର ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ । ଏଭଳି କିଛି ନିଆରା ଦୃଶ୍ୟ ରାଜଧାନୀର ସହିଦ ନଗରରେ ଦେଖିବାକୁ ମିଳୁଛି । 'ଜୟ ଓଡ଼ିଶା' ଫାଉଣ୍ଡେସନ ନାମକ ଅନୁଷ୍ଠାନ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ।

ଆଧାର କାର୍ଡ଼ ଦେଖାଇ ମାଗଣାରେ ନିଅନ୍ତୁ ଡ୍ରେସ

ବହୁ ସମୟରେ ଦେଖାଯାଏ ଅନେକ ଲୋକେ ନୂଆ ଡ୍ରେସ ଥରେ ଦୁଇ ଥର ପିନ୍ଧି ଆଉ ବ୍ୟବହାର କରନ୍ତି ନାହିଁ । ଯାହାକୁ ସଂଗ୍ରହ କରି 'ଜୟ ଓଡ଼ିଶା' ଫାଉଣ୍ଡେସନ ଆଣିଥାଏ । ଆଉ ଲୋକଙ୍କୁ ମାଗଣାରେ ବାଣ୍ଟି ଥାଏ । କେବଳ ଯେ ଗରିବ ଲୋକଙ୍କୁ ନୁହଁନ୍ତି ଯାହାର ଆବଶ୍ୟକ ପଡିଥାଏ ସେମାନେ ଆସି ମଧ୍ୟ ନେଇ ପାରିବେ ବୋଲି 'ଜୟ ଓଡ଼ିଶା'ର ଫାଉଣ୍ଡେସନର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଆଜିକୁ ପ୍ରାୟ 4 ବର୍ଷ ହେଲାଣି ବୋଲି ଜଣାପଡ଼ିଛି । ଲୋକେ ଆସି ନିଜର ପରିଚୟ ପତ୍ର ଦେଖାଇ ଆବଶ୍ୟକ ମୁତାବକ କପଡା ଏଠାରୁ ନେଇ ପାରିବେ । ବର୍ତ୍ତମାନ ହାରାହାରି 35 ହଜାର ଲୋକ ଏଠାରୁ ନିଜର ବସ୍ତ୍ର ନେଇଥିବାର ସୂଚନା ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details