ସେପ୍ଟେମ୍ବର 1 ରୁ ସ୍ବଳ୍ପକାଳୀନ ବିଧାନସଭା ଅଧିବେଶନ
17:14 August 16
ସେପ୍ଟେମ୍ବର 1 ରୁ ସ୍ବଳ୍ପକାଳୀନ ବିଧାନସଭା ଅଧିବେଶନ
ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ସ୍ବଳ୍ପକାଳୀନ ବିଧାନସଭା । ସେପ୍ଟେମ୍ବର 1ରୁ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବ । ଆସନ୍ତା ମାସ 1 ତାରିଖରୁ 9 ତାରିଖ ଯାଏଁ ଚାଲିବ । ଏଥିରେ ମାତ୍ର 8ଟି କାର୍ଯ୍ୟ ଦିବସ ରହିବ।
କେବଳ ରବିବାରକୁ ଛାଡି ଦେଲେ ଅନ୍ୟ 8 ଦିନ ଗୃହ ଚାଲିବ । ଏହି ସ୍ବଳ୍ପକାଳୀନ ଅଧିବେଶନକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନୁମୋଦନ ଦେଇଛନ୍ତି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଅଧିସୂଚନା ଜାରି ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ