ଓଡିଶା

odisha

ETV Bharat / city

ଫିଲ୍ମ ଫେୟାରରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’ - ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ନବାବ’

ଫିଲ୍ମ ଫେୟାର ଆୱାର୍ଡରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର । ଆଡ୍ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ପୁଅ ଦୟାନିଧି ଦହିମାଙ୍କ କ୍ଷୁଦ୍ର ଫିଲ୍ମ ‘ନବାବ’ ଫିଲ୍ମ ଫେୟାର-2020 ଦୌଡରେ ସାମିଲ । ଅଧିକ ପଢନ୍ତୁ...

short film Nabab
ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’

By

Published : Jan 31, 2020, 9:10 PM IST

ଭୁବନେଶ୍ବର: ଫିଲ୍ମ ଫେୟାର ଆୱାର୍ଡରେ ସାମିଲ ହେଲା ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର । ଆଡ୍ ଫିଲ୍ମରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ପୁଅ ଦୟାନିଧି ଦହିମାଙ୍କ କ୍ଷୁଦ୍ର ଫିଲ୍ମ ‘ନବାବ’ ଫିଲ୍ମ ଫେୟାର-2020 ଦୌଡରେ ସାମିଲ ।

ଓଡିଆ କ୍ଷୁଦ୍ର ଫିଲ୍ମ ‘ନବାବ’

କ୍ଷୁଦ୍ର ଫିଲ୍ମ ଧାରାରେ 35ଟି ଫିଲ୍ମ ଚୟନ ହୋଇଥିବା ବେଳେ ଦୟାନିଧିଙ୍କ ଫିଲ୍ମ ସ୍ଥାନ ପାଇଛି । ଫିଲ୍ମରେ ବଲିଉଡର ଜଣାଶୁଣା ଅଭିନେତା ଅପାରଶକ୍ତି ଖୁରାନା, ମଲ୍ଲିକା ଦୁଆ, ଗୀତିକା ବିଦ୍ୟା, ମାରିୟା ଗୋରେଟି ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି 8 ମିନିଟ ଅବଧିର ହୋଇଥିବା ବେଳେ ପତି-ପତ୍ନୀଙ୍କ ମଧ୍ୟରେ ହେଉଥିବା କଳହକୁ ଗୋଟିଏ ଗୃହପାଳିତ କୁକୁର ସମାଧାନ କରୁଛି ତାକୁ ନେଇ କାହାଣୀ ରହିଥିବାର କହିଛନ୍ତି ଦୟା । ତେବେ ଦୟାନିଧି ଦହିମାଙ୍କ ଜନ୍ମ ଓଡିଶାର ରାଜଗାଙ୍ଗପୁରରେ ହୋଇଥିବା ବେଳେ ତାଙ୍କର ନିଜସ୍ବ ପ୍ରଯୋଜନା ସଂସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details