ଓଡିଶା

odisha

ETV Bharat / city

ଦୋକାନ ଆଗରେ ଡଷ୍ଟବିନ ନଥିଲେ ଗଣିବେ ତଣ୍ଡ - ଭୁବନେଶ୍ବର ମହାନଗର ନିଗମ

ରାଜଧାନୀରେ ରାସ୍ତାକଡ଼ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ତାଗିଦ କଲା ବିଏମସି । ଦୋକାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପୃଥକ ଭାବେ ଓଦା ଓ ଶୁଖିଲା ଡଷ୍ଟବିନରେ ରଖିବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ଅଧିକ ପଢ଼ନ୍ତୁ...

shopkeepers will fined for not having dustbins says bmc commissioner prem chand choudhury
ଦୋକାନ ଆଗରେ ଡଷ୍ଟବିନ ନଥିଲେ ଗଣିବେ ତଣ୍ଡ

By

Published : Dec 24, 2020, 9:39 PM IST

ଭୁବନେଶ୍ବର:ରାଜଧାନୀରେ ରାସ୍ତାକଡ଼ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ତାଗିଦ କଲା ବିଏମସି। ଦୋକାନରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପୃଥକ ଭାବେ ଓଦା ଓ ଶୁଖିଲା ଡଷ୍ଟବିନରେ ରଖିବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ। ଏଥିରେ ବ୍ୟତିକ୍ରମ ହେଲେ ଦୋକାନ ସିଲ କରି ପାରିବ ଭୁବନେଶ୍ବର ମହାନଗର ନିଗମ।

ଦୋକାନ ଆଗରେ ଡଷ୍ଟବିନ ନଥିଲେ ଗଣିବେ ତଣ୍ଡ

ଭୁବନେଶ୍ବର ସ୍ବଚ୍ଛ ପରିମଳ ନିୟମକୁ ମାନବାକୁ ବାରମ୍ବାର ବ୍ୟବାସାୟୀଙ୍କୁ ସଚେତନ କରାଯାଇଥିଲା। ହେଲେ ବିଏମସି ଅଞ୍ଚଳରେ ଅଧିକାଂଶ ବ୍ୟବସାୟୀ ଦୁଇଟି ଲେଖାଏଁ ଡଷ୍ଟବିନ ରଖୁନାହାନ୍ତି। ବ୍ୟବସାୟ କାରବାର ଶେଷ ହେବାପରେ ବର୍ଜ୍ୟବସ୍ତୁ ରାସ୍ତାରେ ତଥା ଏଣେତେଣେ ପକାଉଛନ୍ତି। ଏଣିକି ଏଭଳି ଭୁଲ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ। ଆବଶ୍ୟକ ପଡ଼ିଲେ ଆର୍ଥିକ ଜୋରିମାନା କରାଯିବ। ଏହାସହ ନିୟମ ଉଲ୍ଲଙ୍ଘନ ପାଇଁ ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ନିଆଯିବ।

ବିଏମସି ଅଧିନସ୍ତ ସମସ୍ତ ଦୋକାନୀ ଦୁଇଟି ଲେଖାଏଁ ଡଷ୍ଟବିନ ରଖି ବ୍ୟବହାର କରିବାକୁ ନିବେଦନ କରିଛନ୍ତି ବିଏମସି କମିଶନର। ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏନେଇ ଭୁବନେଶ୍ବରର ପ୍ରତି ଜୋନ ରେ ସ୍କ୍ବାଡ ଗଠନ କରାଯାଇ ସ୍ବଚ୍ଛ ପରିମଳ ବ୍ୟବସ୍ଥା ତଦାରଖ କରାଯିବ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details