ଓଡିଶା

odisha

ETV Bharat / city

ଦୋକାନୀଙ୍କୁ ଲକଡାଉନ ମାଡ: ଆସୁନାହାନ୍ତି ଗ୍ରାହକ, ଭଡା ମାଗୁଛନ୍ତି ମାଲିକ - BBSR news

ମୁଣ୍ଡରେ ଘର ଭଡାର ଚଡକ । ଏଯାଏଁ ଆରମ୍ଭ ହୋଇନି ବେପାର । ହେଲେ ଆରମ୍ଭ ହୋଇ ଗଲାଣି ଘର ମାଲିକଙ୍କ ଜୁଲମ । ଅଧିକ ପଢନ୍ତୁ...

ଦୋକାନୀଙ୍କୁ ଲକଡାଉନ ମାଡ: ଆସୁନାହାନ୍ତି ଗ୍ରାହକ. ଭଡା ମାଗୁଛନ୍ତି ମାଲିକ
ଦୋକାନୀଙ୍କୁ ଲକଡାଉନ ମାଡ: ଆସୁନାହାନ୍ତି ଗ୍ରାହକ. ଭଡା ମାଗୁଛନ୍ତି ମାଲିକ

By

Published : May 8, 2020, 10:48 PM IST

ଭୁବନେଶ୍ବର: ଲକଡାଉନ ମାଡରେ ସବୁକିଛି ଘାୟଲ ହୋଇଛି । ସାଧାରଣ ଲୋକଙ୍କଠାରୁ ବେପାରୀ ଯାଏଁ ସମସ୍ତେ ପ୍ରଭାବିତ । ତେବେ ପରସ୍ଥିତି ସାମାନ୍ୟ ସୁଧୁରିବା ପରେ ଏବେ କୋହଳ ହୋଇଛି ଲକଡାଉନ କଟକଣା । ଧିରେ ଧିରେ ଖୋଲୁଛି ସମସ୍ତ ଦୋକାନ ।

ହେଲେ ବଢୁଛି ଦୋକାନୀଙ୍କ ଟେନସନ । ମୁଣ୍ଡରେ ଘର ଭଡାର ଚଡକ । ଏଯାଏଁ ଆରମ୍ଭ ହୋଇନି ବେପାର । ହେଲେ ଆରମ୍ଭ ହୋଇ ଗଲାଣି ଘର ମାଲିକଙ୍କ ଜୁଲମ । ଆଗ ଭଳି ନାହିଁ ଅନେକ ଦୋକାନୀଙ୍କ ବେପାର । ଗ୍ରାହକଙ୍କ ଭିଡ ନଥିବାରୁ ବ୍ୟବସାୟ ଉପରେ ପଡିଛି ପ୍ରଭାବ । ଛୋଟ ପାନ ଦୋକାନୀଠୁ ବଡ ସପିଂ ମଲ ପର୍ଯ୍ୟନ୍ତ ସମସ୍ତେ କ୍ଷତିଗ୍ରସ୍ତ । ମାତ୍ର ବୁଝିବାକୁ ନାରାଜ ଘର ମାଲିକ । ମାଗୁଛନ୍ତି ଘର ଭଡା । ଏହା ହେଉଛି ରାଜଧାନୀ ବ୍ୟବସାୟୀଙ୍କ ଦୁଃଖଦ କାହାଣୀ । କଣ କରିବେ କେଉଁଠୁ ଆଣିବେ ଟଙ୍କା ସେନେଇ ଚିନ୍ତାରେ ବ୍ୟବସାୟୀ ।

ଦୋକାନୀଙ୍କୁ ଲକଡାଉନ ମାଡ: ଆସୁନାହାନ୍ତି ଗ୍ରାହକ. ଭଡା ମାଗୁଛନ୍ତି ମାଲିକ

ମୁଖ୍ୟମନ୍ତ୍ରୀ ଘର ମାଲିକଙ୍କୁ କହିଥିଲେ ଘରଭଡା ଛାଡ କରିବାକୁ । ଜବରଦସ୍ତ କରିପାରିବେନି ଆଦାୟ । ହେଲେ ଏହାର ପ୍ରଭାବ ବାସ୍ତବରେ ଶୂନ । କେବଳ ଘୋଷଣାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଅପିଲ । ସେପଟେ ଦୋକାନୀଙ୍କ ବଢୁଛି ଟେନସନ । ଭଡା ଛାଡ କରିବାକୁ ଅଥବା ରିହାତି ଦେବାକୁ ଦାବି କରିଛନ୍ତି ବ୍ୟବସାୟୀ ସଙ୍ଘ । ନଚେତ ସରକାର ଅର୍ଥନୈତିକ ଦିଗରେ ନିରାଶ ହେବେ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଲକଡାଉନରେ ସମସ୍ତ ବ୍ୟବସାୟୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଛୋଟଠାରୁ ବଡ ଯାଏଁ ସମସ୍ତେ ଭୋଗୁଛନ୍ତି ସମସ୍ୟା । ଏବେ ଦେଖିବାକୁ ବାକି ରହିଲା ସରକାର କଣ ନେଉଛନ୍ତି ପଦକ୍ଷେପ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details