ଓଡିଶା

odisha

ETV Bharat / city

ଜିଗଜାଗ ଫର୍ମାଟରେ ଖୋଲିଲା 1 ନମ୍ବର ମାର୍କେଟ, ନିୟମକୁ ଫୁ କଲେ ଦୋକାନୀ ଓ ଗରାଖ - ଜିଗଜାଗ ଫର୍ମାଟ ଖୋଲିଲା ଏକ ନମ୍ବର ହାଟ

ଭୁବନେଶ୍ବର ଏକ ନମ୍ବର ହାଟରେ ଖୁଚୁରା ଦୋକାନୀ ଜିଗଜାଗ ଫର୍ମାଟ ବା ଗୋଟିଏ ଛାଡି ଗୋଟିଏ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ହେଲେ କୋଭିଡ ନିୟମ ପାଳନକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଉଭୟ ଦୋକାନୀ ଓ ଗରାଖ। ପୋଲିସ ଉପସ୍ଥିତରେ କୋଭିଡ ନିୟମକୁ ଫୁ କରିଛନ୍ତି ଜନସାଧାରଣ।

ଏକ ନମ୍ବର ହାଟରେ ଜିଗଜାଗ ଫର୍ମାଟ ଖୋଲିଲା ଦୋକାନ
ଏକ ନମ୍ବର ହାଟରେ ଜିଗଜାଗ ଫର୍ମାଟ ଖୋଲିଲା ଦୋକାନ

By

Published : May 12, 2021, 9:04 AM IST

ଭୁବନେଶ୍ବର: ରାଜଧାନୀର ସବୁଠୁ ବଡ ହାଟ କୁହାଯାଉଥିବା ଏକ ନମ୍ବର ହାଟ ବା ୟୁନିଟ-୧ ହାଟରେ ଦୋକାନୀଙ୍କ ବସିବା ବ୍ୟବସ୍ଥାରେ ପରିବର୍ତ୍ତନ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁନିଟ-୧ ହାଟରେ ଦୋକାନୀ ମାନଙ୍କ ପିଣ୍ଡିରେ ବସିବା ଫର୍ମାଟରେ ପରିବର୍ତ୍ତନ ଆଣିଛନ୍ତି ବିଏମସି ଓ ପୋଲିସ କମିଶନରେଟ।

ଏକ ନମ୍ବର ହାଟରେ ଜିଗଜାଗ ଫର୍ମାଟ ଖୋଲିଲା ଦୋକାନ

ଭୁବନେଶ୍ବର ଏକ ନମ୍ବର ହାଟରେ ଖୁଚୁରା ଦୋକାନୀ ଜିଗଜାଗ ଫର୍ମାଟ ବା ଗୋଟିଏ ଛାଡି ଗୋଟିଏ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଏମସି ପକ୍ଷରୁ ରାତି ୩ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ହୋଲସେଲିଂ ଦୋକାନ ଖୋଲା ରହିବ। ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଖୁଚୁରା ବ୍ୟବସାୟ ଖୋଲା ରଖିବା ପାଇଁ ନିୟମ ଜାରି କରାଯାଇଛି।

ହେଲେ କୋଭିଡ ନିୟମ ପାଳନକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଉଭୟ ଦୋକାନୀ ଓ ଗରାଖ। ପୋଲିସ ଉପସ୍ଥିତରେ କୋଭିଡ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ଜନସାଧାରଣ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details