ଭୁବନେଶ୍ବର: ବାହାଘର ଦିନ ଠାରୁ ମାରପିଟ ଗାଳିଗୁଲଜ। ବିବାହର ବର୍ଷେ ପରେ ଝିଅ ଜନ୍ମ ହେଲା ପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର । ହେଲା ଜୀବନ ରୁ ମାରିଦେବା ଭଳି ଆକ୍ରମଣ। ଏ ନେଇ ସ୍ବାମୀ ସହ ଶାଶୁ ଘର ଲୋକଙ୍କ ନାମ ରେ ମହିଳା କମିଶନ ଙ୍କ ନିକଟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା।
ଏହି ଘଟଣା ବାଲେଶ୍ବର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଗ୍ରାମର । ଗ୍ରାମର ପୀତବାସ ସେଠୀଙ୍କ ପତ୍ନୀ ମିନତୀ ସେଠୀ ମହିଳା କମିଶନଙ୍କ ନିକଟରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସ୍ବାମୀ ଓ ଶାଶୁ ଶଶୂର ସମେତ ପରିବାର ସଦସ୍ୟମାନେ ତାଙ୍କୁ ଜୀବନରୁ ମରିଦେବାକୁ ଧମକ ଦେବା ସହ ପ୍ରୟାସ କରିଥିବା ଅଭିଯୋଗ ଆଣିଛନ୍ତି ।
2015 ମସିହାରେ ମିନତୀ ସେଠୀ ଙ୍କ ସହ ପ୍ରୀତବାସ ସେଠୀ ଙ୍କ ସହିତ ବିବାହ ହୋଇଥିଲା। ବିବାହର କିଛି ଦିନ ପରଠାରୁ ଛୋଟ ଛୋଟ କଥାକୁ ନେଇ ପାଟିତୁଣ୍ଡ କରୁଥିଲେ। ହେଲେ ବର୍ଷେ ପରେ ଏକ ଝିଅ ଜନ୍ମ ହେବ ରୁ ପରିବାର ଲୋକ ହିଂସ୍ର ପାଲଟି ଯାଇଥିବାର ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ମାଡ ମାରିବା ସହ ଜୀବନ ରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ ପରିବାର ଲୋକ। ଏନେଇ ବାରମ୍ବାର ସିମୁଳିଆ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କହିଛନ୍ତି ମିନତୀ।
କିଛି ଦିନର ନୀରବତା ପରେ ଏହି ମାସ 7 ତାରିଖରେ ମାଡ ମାରିବା ସହ ଘର ଭିତରେ ମାରଣାତ୍ମକ ଭାବରେ ମାଡ ମାରି ଚାଲିଲେ। ଯାହା ଫଳରେ ପଡୋଶୀ ଲୋକମାନେ ଉଧାର କରି ମେଡିକାଲ କୁ ନେଇଥିଲେ ପରେ ଥାନା କୁ ପୁନର୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତେଣୁ ଛୋଟ ଝିଅର ଭବିଷ୍ୟତ କୁ ଦେଖି ନ୍ୟାୟ ପାଇଁ ବାଧ୍ୟ ହୋଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ମିନତୀ ସେଠୀ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ