ଓଡିଶା

odisha

ETV Bharat / city

ଛତୁଆ ଦୁର୍ନୀତି: 3 ବର୍ଷ ବ୍ଲକ କାର୍ଯ୍ୟାଳୟ ଦୌଡୁଛନ୍ତି ହିତାଧିକାରୀ - ଛତୁଆ ଦୁର୍ନୀତି

ଛତୁଆକୁ ନେଇ ସଙ୍ଗୀନ ଅଭିଯୋଗ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ସୋଦୁଅ ଗ୍ରାମର ଚକ୍ରଧର ଭୋଇ । ଅଧିକ ଖବର ପଢନ୍ତୁ...

ଛତୁଆ ଦୁର୍ନୀତି, 3 ବର୍ଷ ଦୌଡ଼ି ଦୌଡ଼ି ଫଳଶୂନ୍ୟ

By

Published : Oct 21, 2019, 11:31 PM IST

ଭୁବନେଶ୍ବର: ଗଣ୍ଡେ ଛତୁଆ ପାଇଁ ବାଲିପାଟଣା ବ୍ଲକକୁ ଦୌଡ଼ି ଦୌଡି ହାଲିଆ ହୋଇଗଲିଣି । ପିଲାଟା ଖାଇବା ପାଇଁ ଟିକେ ଛତୁଆ ମିଳିବ ଆଶା ରଖି ଦୀର୍ଘ 3 ବର୍ଷ ବିତିଗଲା ହେଲେ ଛତୁଆ ମିଳିଲାନାହିଁ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ସୋଦୁଅ ଗ୍ରାମର ଚକ୍ରଧର ଭୋଇ ।

ଛତୁଆ ଦୁର୍ନୀତି, 3 ବର୍ଷ ଦୌଡ଼ି ଦୌଡ଼ି ଫଳଶୂନ୍ୟ

ଅଭିଯୋଗ ଅନୁସାରେ, ଦୀର୍ଘ 3 ବର୍ଷ ହେବ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି କେହି ଶୁଣୁନାହାଁନ୍ତି । ସିଡିପିଓ ଏବଂ ଅଙ୍ଗନବାଡି ଦିଦିକୁ ଏନେଇ ଗୁହାରି କଲେ ମଧ୍ୟ କିଛି ଫଳ ମିଳିଲାନାହିଁ । ସରକାର ଛୋଟ ପିଲାମାନଙ୍କୁ ଛତୁଆ ,ଅଣ୍ଡା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେଉଛନ୍ତି ହେଲେ ଦୁର୍ଭାଗ୍ୟର ବିଷୟ କେହି ଶୁଣୁନାହାଁନ୍ତି । ତେଣୁ ପ୍ରତ୍ୟେକ ବର୍ଷ କେତେ ପିଲା ଛତୁଆ ଓ ଅଣ୍ଡା ଖାଉଛନ୍ତି ତାର ହିସାବ କରିବା ଆବଶ୍ୟକ ଅଛି ବୋଲି ଚକ୍ରଧର କହିଛନ୍ତି।

ଅନ୍ୟପକ୍ଷେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ବ୍ଲକ ଶିଶୁ ବିକାଶ ଅଧିକାରୀ । ସେ କହିଛନ୍ତି ଯେଉଁ ପିଲା ଅଙ୍ଗନବାଡି କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କୁ ଛତୁଆ ଓ ଅଣ୍ଡା ଦିଆଯାଉଛି । ତାଙ୍କ ପିଲା 3 ବର୍ଷର ହୋଇଥିବାରୁ ତାକୁ ଅଙ୍ଗନବାଡି କେନ୍ଦ୍ରରେ ଦିଆଯିବ । ଏ ବିଷୟରେ ଅଭିଯୋଗ ଆସିଥିଲା ,ତଦନ୍ତ କରି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନା ଥାଉ କି ରାଜ୍ୟ ସରକାର ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଦେବା ନେଇ ଛତୁଆ, ଅଣ୍ଡା ଏବଂ ଅଙ୍ଗନବାଡି କେନ୍ଦ୍ରରେ ଭାତ ଡାଲମା ଦୈନିକ ଦେଉଛନ୍ତି । ବାଲିପାଟଣା ବ୍ଲକରେ ଦୀର୍ଘଦିନ ଧରି ଛତୁଆ ବନ୍ଦ ହେଲା ପରେ ପୁଣି ଏବେ ନିୟମିତ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details