ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଶିବରାଜ ସିଂହ ଚୌହାନ - ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ

ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ । ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

By

Published : Aug 10, 2019, 3:59 PM IST

ଭୁବନେଶ୍ବର: ରାଜଧାନୀରେ ଶିବରାଜ ସିଂହ ଚୌହାନ । ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ଆବାହକ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ହେଉଛନ୍ତି ଶିବରାଜ ସିଂହ। ଖୋର୍ଦ୍ଧାରେ ନୂତନ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

‘ବିଜେପି ସାଧାରଣ ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ ହୋଇଛି । ଏହା ଅନୁଯାୟୀ ଜାମୁ ଓ କାଶ୍ମୀରରେ ମଧ୍ୟ ଧାରା ୩୭୦କୁ ପ୍ରତ୍ୟାହାର କରାଯାଇଛି । ଓଡିଶା, ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡୁ ରେ ବିଜେପି ଅଗାମୀ ଦିନରେ ଶାସନ କରିବ’ ବୋଲି ଏହି ଅବସରରେ ଦମ୍ଭୋକ୍ତିର ସହ କହିଛନ୍ତି ଶିବରାଜ ।

ସୂଚନାଯୋଗ୍ୟ ଯେ, ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ସାରା ରାଜ୍ୟରେ ଚାଲିଛି । ଆସନ୍ତା ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ସଦସ୍ୟ ସଂଗ୍ରହ ବିଜେପି ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details