ଓଡିଶା

odisha

ETV Bharat / city

କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶୀତଳ ଷଷ୍ଠୀ - Shital shasti

ଲକଡାଉନ କଟକଣା ଭିତରେ ଶୀତଳ ଷଷ୍ଠୀ ଯାତ୍ରାକୁ ମିଳିଲା ଅନୁମତି । ବର ଯାତ୍ରୀ, ଯାକ ଯମକ, ବାଜା ବାଣ ରୋଷଣୀ ବିନା ହେବ ଶିବ ବିବାହ ।

shital-shasti-puja-will-be-held-amid-coronashital-shasti-puja-will-be-held-amid-corona
କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶୀତଳ ଷଷ୍ଠୀ

By

Published : May 25, 2020, 11:00 PM IST

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ ଯାତ୍ରା ପାଇଁ ମିଳିଲା ଅନୁମତି । ଲକଡାଉନ କଟକଣା ଭିତରେ ଶୀତଳ ଷଷ୍ଠୀ ଯାତ୍ରାକୁ ମିଳିଲା ଅନୁମତି । ବିନା ବର ଯାତ୍ରୀରେ ହେବ ଶିବ ବିବାହ । ଯାକ ଯମକ, ବାଜା ବାଣ ରୋଷଣୀ ବିନା ହେବ ଇଶ୍ବର ପାର୍ବତିଙ୍କ ବିବାହ ।

କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶୀତଳ ଷଷ୍ଠୀ

ବିଏମସି କମିଶନରଙ୍କ ପକ୍ଷରୁ ମିଳିଲା ଶିବ ବିବାହ ଯାତ୍ରାର ଅନୁମତି । ସୋମବାର ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶୀତଳ ଷଷ୍ଠୀ ଯାତ୍ରା ନିର୍ଦ୍ଧିଷ୍ଟ କଟକଣା ମଧ୍ୟରେ ସମାପନ ହେବ। ବିନା ପ୍ରୋସେସନ ଓ ସାଜ ସଜ୍ଜାରେ ହେବ ଶିବ ବିବାହ । ସୀମିତ ସଂଖ୍ୟକ ସେବାୟତ, ବିନା ଭକ୍ତଙ୍କ ଉପସ୍ଥିତିରେ ଦେବ ବିବାହ । ଭୋଜିଭାତ, ରୋଷଣୀ, ବରଯାତ୍ରୀ ସମ୍ପୂର୍ଣ୍ଣ ମନା । ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୌଣସି ଥଣ୍ଡା, କାଶ, କଫ ଭଳି ଲକ୍ଷଣ ଥିଲେ ମିଳିବନି ଅନୁମତି । ଯେଉଁ ସେବାୟତମାନଙ୍କର ପାଳି ଥିବ ସେମାନେ ହି କେବଳ ନୀତି ସମାପନ ଦାୟିତ୍ୱରେ ସାମିଲ ହେବେ ।

ବୈଠକରେ ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟି ତଥା ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ, ବିଭିନ୍ନ ନିଯୋଗର କର୍ମକର୍ତା ଉପସ୍ଥିତ ଥିଲେ ।

ଭୁବନଶ୍ବରରୁ ସଞୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details