ଭୁବନେଶ୍ବର: ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରୁ ବ୍ୟାନ ହେବା ପରେ ପ୍ରଶାସନ ଉପରେ ବର୍ଷିଲେ ରାନୀ ପଣ୍ଡା । ଅଶ୍ଳୀଳ ନୃତ୍ୟକୁ ନେଇ ରାନୀଙ୍କୁ ବ୍ୟାନ କରାଯିବା ପରେ ଅନ୍ୟ ଏକ ଆଇଟମ ଗାର୍ଲ ଯାତ୍ରା ପେଣ୍ଡାଲରେ ନାଚ କରୁଥିବାର ଦେଖିବାକୁ ମିଳିଛି । ଆଉ ସେହି ନାଚରେ ଅଶୀଳତା ଦେଖିବାକୁ ମିଳିଥିବାବେଳେ, ରାନୀ ପଣ୍ଡା କହିଲେ ଏହା ତାଙ୍କ ପ୍ରତି ଅନ୍ୟାୟ ହୋଇଛି ।
ନବୀନଙ୍କୁ ରାନୀଙ୍କ ମେସେଜ: ‘ମାସକୁ 3ଲକ୍ଷ ଦେଲେ ଯାତ୍ରା ଛାଡିଦେବି’ - ଅଶୀଳ ନୃତ୍ୟକୁ ନେଇ ଚର୍ଚ୍ଚାରେ ରାନୀ
ଖଣ୍ଡଗିରିରେ ଡୁପ୍ଲିକେଟ ରାନୀ ପଣ୍ଡା । ଅଶ୍ଳୀଳ ନୃତ୍ୟକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ରାନୀ ପଣ୍ଡା । ଏବେ ବି ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ କରାଯାଉଥିବାବେଳେ, ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି କହିଲେ ରାନୀ ।
ରାନୀ ପଣ୍ଡା କହିଛନ୍ତି ଯେ, ମୋତେ ବ୍ୟାନ କରାଯାଇ ଆଉ ଜଣଙ୍କୁ କିଭଳି ସୁଯୋଗ ଦିଆଗଲା। ଏଥିପାଇଁ ପ୍ରଶାସନ ମୋ ପ୍ରତି ଅନ୍ୟାୟ କରିଛି । ମୋତେ ଓ ମୋ ପାର୍ଟିକୁ ଗୋଟିଏ ରାତି ପାଇଁ ଅନୁମତି ଦିଆଯାଉ। ଯଦି ଯାତ୍ରାରେ ଅଶ୍ଳୀଳତା ରହୁଛି ତେବେ ଯାତ୍ରା ପାଇଁ ସେନ୍ସର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଯେମିତି କି ପୋଲିସ କମିଶନର ଓ ବିଏମସି କମିଶନର ଦୁଇ ଜଣ ମିଳିତ ଭାବରେ ବ୍ୟାନ କରିଛନ୍ତି । ସେହିଭଳି ଭାବରେ ବର୍ତ୍ତମାନ ଯେଉଁ ପ୍ରକାରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା କରାଯାଉଛି ସେଥିପ୍ରତି ବ୍ୟାନ କରାଯାଉ। ଏହା ସହ ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ମାସିକ 3ଲକ୍ଷ ଟଙ୍କା ଦେବେ ତେବେ ସେ, ଯାତ୍ରା ପାର୍ଟି ଛାଡିଦେବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ