ଓଡିଶା

odisha

ମାନସ ସ୍ବାଇଁ ହତ୍ୟା ମାମଲା: ତିନି ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ଝୁନା

By

Published : Apr 4, 2022, 1:59 PM IST

Updated : Apr 4, 2022, 2:11 PM IST

ପୁଣି ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇ। ଅଧିକ ପଢ଼ନ୍ତୁ

sharmitha and jhuna taken on remand for manas murder case
ମାନସ ସ୍ବାଇଁ ହତ୍ୟା ମାମଲା: ତିନି ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ଝୁନା

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା। ପୁଣି ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇ। ପୂର୍ବରୁ ଉଭୟଙ୍କୁ 5 ଦିନିଆ ରିମାଣ୍ଡରେ ନିଆଯାଇଥିବାବେଳେ ଆଜି ପୁଣି ତିନି ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି।

ମାନସ ସ୍ବାଇଁ ହତ୍ୟା ମାମଲା: ତିନି ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ଝୁନା

କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ସ୍ବତନ୍ତ୍ର ଉପକାରଗାରରେ ପହଞ୍ଚି କାଗଜପତ୍ର ଯାଞ୍ଚ ପରେ ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ନେଇଛି। ଆଜିଠୁ 7 ତାରିଖ ମଧ୍ୟାହ୍ନ ଗୋଟାଏ ଯାଏ ଶର୍ମିଷ୍ଠା ଓ ଝୁନାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏହି ସମୟ ମଧ୍ୟରେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ଡାଏରୀ ଓ ମେମୋରୀ ଚିପ ବିଷୟରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 4, 2022, 2:11 PM IST

ABOUT THE AUTHOR

...view details