ଓଡିଶା

odisha

ETV Bharat / city

୨୨ରେ ଅନୁଷ୍ଠିତ ହେବ ଶାନ୍ତନୁ ଜୟନ୍ତୀ - ଶାନ୍ତନୁ ଜୟନ୍ତୀ

ବରିଷ୍ଠ ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ତଥା ଏମ୍.ଜି.ଏମ୍.ଆର.ଏଲ୍‌ ଫାଉଣ୍ଡେସନ ସହଯୋଗରେ ନଭେମ୍ବରର ୨୨ରେ ଅନୁଷ୍ଠିତ ହେବ ‘‘ଶାନ୍ତନୁ ଜୟନ୍ତୀ ।’’ ଅଧିକ ପଢନ୍ତୁ

୨୨ରେ ଅନୁଷ୍ଠିତ ହେବ ଶାନ୍ତନୁ ଜୟନ୍ତୀ
୨୨ରେ ଅନୁଷ୍ଠିତ ହେବ ଶାନ୍ତନୁ ଜୟନ୍ତୀ

By

Published : Nov 17, 2021, 9:37 PM IST

Updated : Nov 17, 2021, 10:15 PM IST

ଭୁବନେଶ୍ବର: ବରିଷ୍ଠ ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ତଥା ଏମ୍.ଜି.ଏମ୍.ଆର.ଏଲ୍‌ ଫାଉଣ୍ଡେସନ ସହଯୋଗରେ ନଭେମ୍ବରର ୨୨ରେ ଅନୁଷ୍ଠିତ ହେବ ‘ଶାନ୍ତନୁ ଜୟନ୍ତୀ ।’ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଫାଉଣ୍ଡେସନର ଅଧ୍ୟକ୍ଷ କୌଶିକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମହାନ ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଡ. ଶାନ୍ତନୁ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ । ଏହି ଅବସରରେ ୨ଟି ସ୍ବତନ୍ତ୍ର ସମ୍ବର୍ଦ୍ଧନା ବା ସମ୍ମାନ ପ୍ରଦାନ କରାଯିବ ।

୨୨ରେ ଅନୁଷ୍ଠିତ ହେବ ଶାନ୍ତନୁ ଜୟନ୍ତୀ

ଲୋକପ୍ରିୟ ତଥା ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ “ଶାନ୍ତନୁ ସମ୍ମାନ ଓ ଚଳଚ୍ଚିତ୍ର ଅଭିନେତା ଏବଂ ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଏମ୍.ଜି.ଏମ୍.ଆର.ଏଲ୍ ଉତ୍କର୍ଷ ସମ୍ମାନ-୨୦୨୧’’ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି ।

ସଂଗୀତ ନିର୍ଦ୍ଦେଶକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ ତା’ର ପ୍ରୟାସ ଆରମ୍ଭ କରିଛି । ଆଗାମୀ ଦିନରେ ଓଡ଼ିଆ ସଂଗୀତ ଓ ଓଡ଼ିଆ କଳାକାରଙ୍କ ପାଇଁ ଅନେକ ପଦକ୍ଷେପ ନେବା ପାଇଁ ଯୋଜନା କରାଯିବ ବୋଲି ଆୟୋଜକମାନେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 17, 2021, 10:15 PM IST

ABOUT THE AUTHOR

...view details