ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ - ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ତାଙ୍କଠାରୁ କୌଣସି କାର୍ଯ୍ୟରେ ପରାମର୍ଶ ଲୋଡ଼ା ଯାଉନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ

By

Published : Jul 6, 2022, 2:20 PM IST

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଶାସନ ତନ୍ତ୍ର ଓ ଶ୍ରୀମନ୍ଦିର ସମିତି କୌଣସି କାର୍ଯ୍ୟରେ ପରାମର୍ଶ ନେଉ ନଥିବା ଅଭିଯୋଗ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ

କୌଣସି କାର୍ଯ୍ୟ ବୈଠକ ହୋଇ ନିଷ୍ପତ୍ତି ହେବା ପରେ ମୁଖ୍ୟମନ୍ତ୍ରୀଙ୍କର ଅଧିକାର ଅଛି ତାକୁ ବଦଳାଇବା ପାଇଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ସୁପ୍ରିମକୋର୍ଟଙ୍କ ପାଖରେ କ୍ଷମତା ଅଛି ବୋଲି କହିଲେ ଶଙ୍କରାଚାର୍ଯ୍ୟ । ତେଣୁ ତାଙ୍କର ନିଷ୍ପତ୍ତି ବା ନିର୍ଣ୍ଣୟକୁ ଯଦି ସରକାର କିମ୍ବା ସୁପ୍ରିମକୋର୍ଟ ଗ୍ରହଣ କରୁନାହାନ୍ତି, ତେବେ ଏ ପଦବୀର ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ପାଇଁ ଯଦି ସରକାରଙ୍କର ଶଙ୍କରାଚାର୍ଯ୍ୟଙ୍କ ପ୍ରତି ସମ୍ମାନ ଅଛି ଏମିତି ବିଡ଼ମ୍ବନାକୁ ଦୂର କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ନହେଲେ ମୋ ପାଇଁ ସାରା ବିଶ୍ଵ ଅଛି କହି କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details