ଓଡିଶା

odisha

ETV Bharat / city

4 କ୍ରୀଡାବିତଙ୍କୁ ସମ୍ମାନିତ କରିବ ଶହୀଦ ନଗର ପୂଜା ସମିତି - ଶହୀଦନଗର ପୂଜା ସମିତି

ରାଜଧାନୀର ସମସ୍ତ ପୂଜା କମିଟିରେ ଆରମ୍ଭ ହୋଇଛି ମା’ଙ୍କ ସ୍ବାଗତ ପ୍ରସ୍ତୁତି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ରାଜଧାନୀ । ତେବେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ଶହୀଦ ନଗରରେ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଗତ ଥର ପରି ଏଥର ମଧ୍ୟ ଶ୍ରେଷ୍ଠ ଓଡିଆ କ୍ରୀଡାବିତଙ୍କୁ ସମ୍ମାନିତ କରିବ ବୋଲି କହିଛି ସମିତି । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 23, 2019, 11:36 PM IST

ଭୁବନେଶ୍ବର: ରାଜଧାନୀରେ ମହାମାୟାଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ପୂଜାମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଟି ଅନୁକୂଳ ପରେ ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର। ଆଉ ତା ସାଙ୍ଗକୁ ଦେଖଣାହାରୀଙ୍କୁ ମଣ୍ଡପ ନିକଟକୁ ଆକୃଷ୍ଟ କରି ଆଣିବାକୁ ବିଭିନ୍ନ ପୂଜାମଣ୍ଡପର ଆୟୋଜକମାନେ ମଧ୍ୟ ଆକର୍ଷଣୀୟ ତୋରଣ ନିର୍ମାଣ କରୁଥିବା ପ୍ରକାଶ କରିଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ଆୟୋଜନ ହେଉଥିବା ବେଳେ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ 4 ଶ୍ରେଷ୍ଠ ଓଡିଆ କ୍ରୀଡାବିତଙ୍କୁ ସମ୍ମାନିତ କରିବ ଶହୀଦ ନଗର ପୂଜାମଣ୍ଡପ ।

ମା‘ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି

ଅନ୍ୟାନ୍ୟ ପୂଜା ମଣ୍ଡପ ସହ ରାଜଧାନୀର ପ୍ରମୁଖ ପୂଜାମଣ୍ଡପ ଶହୀଦ ନଗରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ଆଉ ଅଳ୍ପଦିନ ସମୟ ଥିବାରୁ ସମସ୍ତ ଶିଳ୍ପୀ ନିଜ ନିଜ କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ଚଳିତ ବର୍ଷ ପୂଜା କମିଟି ପକ୍ଷରୁ 70ଫୁଟ ଉଚ୍ଚ ଓ 120ଫୁଟ ଓସାର ବିଶିଷ୍ଟ ଲକ୍ଷ୍ନୌ ରାଜପ୍ରସାଦ ଶୋଭାପାଇବ ବୋଲି କହିଛନ୍ତି ସମିତିର ସମ୍ପାଦକ ନାରାୟଣ ମହାପାତ୍ର। ଯେଉଁଥିପାଇଁ 30 ଲକ୍ଷ ଟଙ୍କାର ବଜେଟ ରହିଥିବାବେଳେ ଏହା ବାଉଁଶ, ଫାଇବର ଓ କପଡା ବତୀରେ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

ଏଥର ଏଠାରେ ମା ଚାନ୍ଦି ମେଢ଼ ସାଙ୍ଗକୁ ସୁନା ମୁକୁଟରେ ଭକ୍ତଙ୍କୁ ଦର୍ଶନ ଦେବେ । ସୋମବାର ପୂଜା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ସୂଚନା ଦେଇଛନ୍ତି । ଲୋକମାନେ ମା’ ଙ୍କୁ ସୁବିଧାରେ ଦର୍ଶନ ନିମନ୍ତେ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥିବା ବେଳେ ପୂର୍ବ ବର୍ଷଭଳି ଏଥର ମଧ୍ୟ ଶାରଦୀୟ ଉତ୍ସବରେ ଓଡ଼ିଶାର 4ଜଣ କୃତି କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏଥର ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭାମାନେ ହେଉଛନ୍ତି ବଡି ବିଲଡର ରଶ୍ମି ରଞ୍ଜନ ସାହୁ, ଗଲ୍ଫ ଖେଳାଳି ଲାଖି ସ୍ବାଇଁ, କ୍ରୀଡା ସଂଗଠକ ପ୍ରଶାନ୍ତ କୁମାର ନାୟକ ଏବଂ କ୍ରିକେଟର ରୋଶନାରା ପରବିନ। ସପ୍ତମୀ ଦିନ ଠାରୁ ଦଶମୀ ମଧ୍ୟରେ ସନ୍ଧ୍ୟା ଆଳତି ପରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details