ଭୁବନେଶ୍ବର: ନବରଙ୍ଗପୁର ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଏନେଇ ବିଧାୟକଙ୍କ ବିରୋଧରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦାଏର ହୋଇଛି । ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ, ଏହାସହ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଯୋଗକାରିଣୀ ଯୁବତୀ । ବିବାହ ପ୍ରତାରଣା ସହ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜନୈକ ଯୁବତୀ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ବିଜେଡି ବିଧାୟକଙ୍କ ମାମଲା ନେଇ ପୋଲିସର ଏବେ ବଢିଛି ଟେନସନ ।