ଓଡିଶା

odisha

ETV Bharat / city

ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଉଦ୍ଧାର

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟର ପର୍ଦ୍ଦାଫାଶ । ଖଣ୍ଡଗିରି ଥାନା ଏମସ ନଗରର ଗୋଟିଏ ହୋଟେଲରୁ 6 ଦେହଜୀବୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏଥିସହ ହୋଟେଲର ମ୍ୟାନେଜର ସମେତ ଦୁଇ ଦେହ ଦଲାଲ ଓ ଜଣେ ଗ୍ରାହକକୁ ପୋଲିସ ଗିରଫ କରିଛି।

By

Published : Dec 1, 2019, 7:06 PM IST

Updated : Dec 1, 2019, 8:57 PM IST

sexracket in bhubaneswar
ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଦେହଜୀବୀ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ । ରାକେଟରେ ପଶ୍ଚିମବଙ୍ଗର କର୍ପୋରେଟ ଗାର୍ଲ । ଅନଲାଇନରେ ବୁକିଂ ଗେଷ୍ଟ ହାଉସରେ ସେଟିଂ। ଏମିତି ଢଙ୍ଗରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଖଣ୍ଡଗିରି ଥାନା ଏମସନଗରର ହୋଟେଲ ସନସିପରୁ 6 ଦେହଜୀବୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏଥିସହ ହୋଟେଲର ମ୍ୟାନେଜର ସମେତ ଦୁଇ ଦେହ ଦଲାଲ ଓ ଜଣେ ଗ୍ରାହକକୁ ଗିରଫ କରିଛି ପୋଲିସ।

ରାଜଧାନୀରେ ସେକ୍ସ ରାକେଟ ଠାବ, ୬ କର୍ପୋରେଟ ଗାର୍ଲ ଦେହଜୀବୀ ଉଦ୍ଧାର

ତେବେ ଏଠାରେ ଅନଲାଇନରେ ଯୋଗାଯୋଗ ହେଉଥିବାବେଳେ ଗିରଫ ହୋଇଥିବା 2 ଦଲାଲ ଏମଡି ନିହାର ଓ ଏମଡି ସେହ୍ବାଜ ଥିଲେ କାର୍ପଟଦାର। ଏମାନେ ହ୍ବାଟସପରେ ଯୁବତୀଙ୍କ ଫଟୋ ସହ ରେଟ ଫିକ୍ସ କରୁଥିଲେ।

ରେଟ୍‌ ଫିକ୍ସ ପରେ ପଶ୍ଚିମବଙ୍ଗରୁ ଫ୍ଲାଇଟ ଯୋଗେ କର୍ପୋରେଟ ଗାର୍ଲ ଆସି ହୋଟେଲରେ ଗ୍ରାହକଙ୍କର ରାତି ରଙ୍ଗୀନ କରୁଥିଲେ । ଏହାସହ ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ବାହାରେ ବୁଲାଇନେବାକୁ ବ୍ୟବହାର କାର ହେଉଥିଲା । ଏନେଇ ରାତି ପିଛା 7 ହଜାରରୁ 10ହଜାର ପର୍ଯ୍ୟନ୍ତ ଡିଲ ହେଉଥିବା ସୂଚନା ମିଳିଛି । ସେପଟେ ଏହି ରାକେଟର ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ଯୋଜନା ଚଳାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 1, 2019, 8:57 PM IST

ABOUT THE AUTHOR

...view details