ଓଡିଶା

odisha

ETV Bharat / city

ବାଂଲାଦିଦିର ଖେଳ ଖତମ, ସିଲେଇ ଶିଖାଇବା ନାଁରେ ଚଳାଇଥିଲା ବେପାର

ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ। ବଙ୍ଗୀୟ ଯୁବତୀଙ୍କୁ ନେଇ ଚାଲିଥିଲା ଦେହ ବେପାର। ଲିଙ୍ଗରାଜ ଥାନା ଅଞ୍ଚଳରେ ଏସଟିଏଫ ରେଡ ପରେ ୬ ରୁପଜୀବୀ ଉଦ୍ଧାର । ତେବେ ଶିଲାଇ ଶିଖିବା ନାଁରେ ସେକ୍ସ ରାକେଟ ଚାଲୁଥିବା ଖବର ଲାଗିବା ପରେ ରେଡ କରିଥିଲା ଏସଟିଏଫ ଟିମ।

stf arrest racket head
ବାଂଲାଦିଦିର ଖେଲ ଖତମ, ସିଲେଇ ଶିଖାଇବା ନାଁରେ ଚଲାଇଥିଲା ବେପାର

By

Published : Jan 21, 2020, 9:11 PM IST

Updated : Jan 21, 2020, 10:40 PM IST

ଭୁବନେଶ୍ବର: ଦୀର୍ଘଦିନର ଲୁଚକାଳି ଖେଳ ପରେ ଏସଟିଏଫ ହାତରେ ସେକ୍ସ ରାକେଟର କିଙ୍ଗପିନ୍ । ବାଂଲାଦେଶୀ ମହିଳା ଅଞ୍ଜଲି ଦିଦିକୁ ଆଜି ଗିରଫ କରିଛି ଏସଟିଏଫ । ଷ୍ଟେସନ ବଜାରର ଏକ ହୋଟେଲରୁ ବାଂଲାଦେଶୀ ଯୁବତୀ ଧରାପଡିବା ପରେ ଦିଦିକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା ଟିମ୍ । ଆଜି ଲିଙ୍ଗରାଜ ଥାନା ଅଞ୍ଚଳରେ ଏସଟିଏଫ ଚଢାଉ କରି ଦିଦିକୁ ଗିରଫ କରିବା ସହ ତା ସହଯୋଗୀ ଇବ୍ରାହିମକୁ ପିପିଲିରୁ ଗିରଫ କରିଛି । ଚଢାଉରେ 6 ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ଏସଟିଏଫ । ସିଲାଇ ଶିଖାଇବା ନାଁରେ ବଙ୍ଗୀୟ ଯୁବତୀକୁ ନେଇ ଚାଲିଥିଲା ଦେହବେପାର ।

ବାଂଲାଦିଦିର ଖେଳ ଖତମ, ସିଲେଇ ଶିଖାଇବା ନାଁରେ ଚଳାଇଥିଲା ବେପାର

ସୂଚନା ଅନୁସାରେ, ରାକେଟର ମାଷ୍ଟରମାଇଣ୍ଡ ଅଞ୍ଜଲି ଦିଦି, ପିପିଲିରେ ରହି ଫୋନ ଯୋଗେ ଚଳାଉଥିଲା ଏହି କାରବାର। ଏହା ପଛରେ ଥିବା ଦଲାଲ ଇବ୍ରାହିମ ଏସବୁ ଯୁବତୀଙ୍କୁ ନେଇ ବିଭିନ୍ନ ହୋଟେଲ ଓ ଟୁରିଷ୍ଟ ସ୍ପଟକୁ ପଠାଉଥିଲା। ଫୋନ ଯୋଗେ ରେଟ ଛିଣ୍ଡିବା ପରେ ଘଣ୍ଟାକୁ ଓ ଦିନ ପିଛା ପାଖାପାଖି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦିନକୁ ବେପାର କରୁଥିଲେ ଦୁଇ ମାଷ୍ଟରମାଇଣ୍ଡ । ତେବେ ଅଞ୍ଜଲି ଦିଦିକୁ ଟ୍ରାକ କରି ଗିରଫ ପରେ ଯୁବତିଙ୍କ ସୁରାକ ପାଇ ରେଡ କରିଥିଲା ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 21, 2020, 10:40 PM IST

ABOUT THE AUTHOR

...view details