ଓଡିଶା

odisha

ETV Bharat / city

କୋରୋନା ଭୟରେ ଫସିଲେ ଦେହ ଦଲାଲ, ବିହାର ଚାଲାଣ ବେଳେ 5 ଉଦ୍ଧାର - କୋରୋନା ଭୟରେ ଫସିଲେ ଦେହ ଦଲାଲ

କୋରୋନା ଭୟରେ ଫସିଲେ ଦେହ ଦଲାଲ । ଭୁବନେଶ୍ବରରେ ହୋଟେଲ ଓ ମଲ୍‌ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ବେପାର ମାନ୍ଦା ଭୟରେ ଯୁବତୀ ଚାଲାଣ କରୁଥିଲେ ଦେହ ଦଲାଲ । ରାଜଧାନୀରୁ ୫ ଜଣ ଯୁବତୀଙ୍କୁ ବିହାର ଚାଲାଣ ଉଦ୍ୟମ ବେଳେ ଧରାପଡିଲେ ଏସଟିଏଫ ହାତରେ । ଅଧିକ ପଢନ୍ତୁ....

କୋରୋନା ଭୟରେ ଫସିଲେ ଦେହ ଦଲାଲ, ବିହାର ଚାଲାଣ ବେଳେ 5 ଉଦ୍ଧାର
କୋରୋନା ଭୟରେ ଫସିଲେ ଦେହ ଦଲାଲ, ବିହାର ଚାଲାଣ ବେଳେ 5 ଉଦ୍ଧାର

By

Published : Mar 13, 2020, 11:04 PM IST

ଭୁବନେଶ୍ବର: କୋରୋନା ଭୟରେ ଫସିଲେ ଦେହ ଦଲାଲ । ଭୁବନେଶ୍ବରରେ ହୋଟେଲ ଓ ମଲ୍‌ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ବେପାର ମାନ୍ଦା ଭୟରେ ଯୁବତୀ ଚାଲାଣ କରୁଥିଲେ ଦେହ ଦଲାଲ । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ୫ ଜଣ ଯୁବତୀଙ୍କୁ ବିହାର ଚାଲାଣ ପାଇଁ ଉଦ୍ୟମ ବେଳେ ଧରାପଡିଲେ ଏସଟିଏଫ ହାତରେ ।

କୋରୋନା ଭୟରେ ଫସିଲେ ଦେହ ଦଲାଲ, ବିହାର ଚାଲାଣ ବେଳେ 5 ଉଦ୍ଧାର

ଜଣେ ବିହାରୀ ଦଲାଲ ସହ ୪ଜଣ ଦେହ ଦଲାଲକୁ ଗିରଫ କରିଛି ଏସଟିଏଫ ଟିମ୍‌ । ୫ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ବାଂଲାଦେଶୀ ବୋଲି ଜଣାପଡିଛି । ଯୁବତୀମାନେ ମାଷ୍ଟରମାଇଣ୍ଡ ଇବ୍ରାହିମ, ଅଞ୍ଜଳି ନେଟୱର୍କର ବୋଲି ଜଣାପଡିଛି ।

ତେବେ ଗିରଫ ହୋଇଥିବା ଦେହ ଦଲାଲ ପ୍ରୀତି ପାଢୀ ଓ କେଶବର ନେଟୱର୍କରେ ବିହାରୀ ଦଲାଲ ରହିଥିଲା । କୋରୋନା ଯୋଗୁଁ ଭୁବନେଶ୍ବରରେ ଗ୍ରାହାକଙ୍କ ଡିମାଣ୍ଡ ନଥିବା ଯୋଗୁଁ ବିହାର ଚାଲାଣ ପାଇଁ ଉଦ୍ୟମ କରୁଥିଲେ । ଏମାନେ ଦୀର୍ଘଦିନ ଧରି ଲୁଚିଛପି ପିପିଲିର ଦଲାଲ ଓ ଓଲଡ ଟାଉନର ଦଲାଲ ଜରିଆରେ ଲୁଚାଇ ରଖି ନେଟୱର୍କ ଚଲାଉଥିଲେ ।

ବିହାର ଯିବା ପାଇଁ ୨ଟି କାର ଯୋଗେ ଆଣି ବରମୁଣ୍ଡାରେ ଏକ ଗାଡିରେ ନେବା ପାଇଁ ଉଦ୍ୟମବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ହେଲେ ବିହାରୀ ଦଲାଲ ବିଦ୍ୟାପତି ଶାହା (ବିହାର), ଦିନ ଦୟାଲ ରାଓ (କଟକ), ଆଲ୍ଲାଉଦିନ ଖାନ (ବାରହଳ ପିପିଲି), ସୁନିଲ ମହାରଣା (ମହତାବ ରୋଡ ଓଲଡଟାଉନ)ର ବୋଲି ଜଣାପଡିଛି ।

ତେବେ ବାଂଲାଦେଶୀ ଯୁବତି ଚାଲାଣ ରାକେଟରେ ମୋଟ ୧୦ ଜଣଙ୍କୁ ଏଯାବତ ଗିରଫ କରାଯାଇଛି । ଏହାସହ ୧୬ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details