ଭୁବନେଶ୍ବର: ଆଜିଠୁ ଗଡିବ ସେବା ଏକ୍ସପ୍ରେସ । ଦେଶର ମହାନଗରକୁ ଛୋଟ ସହରରେ ଯୋଡିବା ପାଇଁ ଭାରତୀୟ ରେଳ ପକ୍ଷରୁ ଗଡିବ ଏହି ଟ୍ରେନ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ଶୁଭାରମ୍ଭ କରିବେ ।
ଆଜିଠୁ ଭୁବନେଶ୍ବରରୁ ନୟାଗଡ ଗଡିବ ସେବା ଏକ୍ସପ୍ରେସ ଟ୍ରେନ - sewa express train
ଦେଶର ମହାନଗରକୁ ଛୋଟ ସହରରେ ଯୋଡିବା ପାଇଁ ଭାରତୀୟ ରେଳ ପକ୍ଷରୁ ଆଜିଠୁ ଆରମ୍ଭ ହେବ ସେବା ଏକ୍ସପ୍ରେସ ଟ୍ରେନ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସରେ ରେଳମନ୍ତ୍ରୀ ପିୟୁଷ ଗୋଏଲ କରିବେ ଏହାର ଶୁଭାରମ୍ଭ।
ଏହି ସେବା ଏକ୍ସପ୍ରେସରେ ଭୁବନେଶ୍ବରରୁ ନୟାଗଡ ଯିବା ଲାଗି ଟ୍ରେନ ରହିଛି । ରେଳବାଇର ସେବା ସର୍ଭିସ ପ୍ରୋଜେକ୍ଟ ଅଧୀନରେ ଏହି ଦୈନିକ ଟ୍ରେନ ଗଡିବ । କେବଳ ଭୁବନେଶ୍ବରରୁ ନୟାଗଡ ନୁହେଁ । ଏହିପରି 10ଟି ଟ୍ରେନ ରହିଛି । ସେଥିମଧ୍ୟରୁ 5ଟି ଟ୍ରେନ ସପ୍ତାହକୁ ସବୁଦିନ ଗଡିବାକୁ ଥିବାବେଳେ 5ଟି ସପ୍ତାହକୁ 6 ଥର ଗଡିବ । ଏହି ଟ୍ରେନଗୁଡିକ ଦିଲ୍ଲୀ, କୋଏମ୍ବାଟୁର, ଯଶୋବନ୍ତପୁର ଭଳି ମହାନଗରରୁ ଛୋଟ ସହରକୁ ଗଡିବ ।
ତେବେ ଭୁବନେଶ୍ବରରୁ ନୟାଗଡ ଗଡିବାକୁ ଥିବା ସେବା ଏକ୍ସପ୍ରେସ ଦୈନିକ ସନ୍ଧ୍ୟା 6ଟା 40ରେ ଭୁବନେଶ୍ବର ଛାଡିବ । ରାତି 8ଟା 45ରେ ନୟାଗଡ ଟାଉନରେ ପହଞ୍ଚିବ । ପରଦିନ ସକାଳ ସାଢେ 6ରୁ ବାହାରି 9ଟାରେ ଭୁବନେଶ୍ବରରେ ପହଞ୍ଚିବ।