ଭୁବନେଶ୍ବର: ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପାଗ। ଏହି ଅସହ୍ୟ ଜାଡ ଏବେ ରାଜ୍ୟବାସୀଙ୍କ ହାଡ ଭାଙ୍ଗି ଦେଉଛି। ଉତ୍ତର ପୂର୍ବ ଦିଗରୁ ୧୦ରୁ ୧୫ କିମି ବେଗରେ ପବନ ବହିବା ଯୋଗୁ ରାଜ୍ୟରେ ଜାରି ରହିଛି କୋଲଡ ୱେଭ। ଯାହାକୁ ନେଇ ଆଜି ଦିନ ବ୍ୟାପି କୋଲଡ ରହିବ।
ଆହୁରୀ 4 ଦିନ ପ୍ରବଳ ଶୀତ,ଉତ୍ତର ଭାରତରେ ଉତ୍ତରା ପବନ ମାଡ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା କମ ରହିଛି । କୋଲଡ ୱେଭ ବହିବାର ପୂର୍ବାନୁମାନ ରହିଛି । ମେଘମୁକ୍ତ ଆକାଶ ଯୋଗୁଁ ତାପମାତ୍ରାରେ କିଛିଟା ପରିବର୍ତ୍ତନ ସହ ତାପମାତ୍ରା ହ୍ରାସ ହୋଇଛି । ତେବେ ଆସନ୍ତା ୨ ତାରିଖରୁ ବର୍ଷା ହେବାର ସୂଚନା ରହିଛି ।
ଆହୁରୀ 4 ଦିନ ପ୍ରବଳ ଶୀତ,ଉତ୍ତର ଭାରତରେ ଉତ୍ତରା ପବନ ମାଡ ତେବେ ଶନିବାର ସୋନପୁରରେ ସର୍ବନିମ୍ନ ୪.୦ଡିଗ୍ରୀ ତାପମାତ୍ରା ରେକର୍ଡ ରହିଛି । ସେହିପରି ଭୁବନେଶ୍ବରରେ ୧୨.୦ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ କେତୋଟି ଜିଲ୍ଲାରେ ୧୦ରୁ ୧୨ ଡିଗ୍ରୀ ହ୍ରାସ ହୋଇଛି । ସେହିପରି ଉପକୂଳ ଜିଲ୍ଲାମାନଙ୍କରେ ୫ ରୁ ୬ ଡିଗ୍ରୀ ହ୍ରାସ ହୋଇଛି ।
ସେହିପରି ସୁନ୍ଦରଗଡ,ଦାରିଙ୍ଗିବାଡି,କେଉଁଝର,ତାଳଚେର ଅଞ୍ଚଳରେ ମଧ୍ୟମରୁ ଘନ କୁହୁଡି ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ