ଭୁବନେଶ୍ବର:ବ୍ରେନ୍ ଟ୍ୟୁମରରେ ପୀଡିତ ୭ ବର୍ଷର ଆଶୁତୋଷ ପଣ୍ଡା । ଘର ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗ୍ରାମରେ । ସେ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ଥିଲେ । ଆଶୁତୋଷଙ୍କ ଆରୋଗ୍ୟ କାମନା କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ହେବା ସହ ଏହି ଖବର ଭାଇରାଲ ହୋଇଥିଲା । ଯାହା ଦିଲ୍ଲୀରେ ଥିବା ଓଡିଆ ଯୁବକ ଅହମ୍ମଦ ଅଲ୍ଲୀ ଖାନଙ୍କ ନଜରକୁ ଆସିଥିଲା । ଏହା ଦେଖିବା ପରେ ସେ ସିଏମଓଙ୍କୁ ଆଶୁତୋଷଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇନଥିବା ନେଇ ଟ୍ବିଟ କରିଥିଲେ । ଟ୍ବିଟ କରିବାର ମାତ୍ର ୨୦ ମନିଟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଲାଗି ପଡିଲେ କାମରେ । ଆଉ ଶେଷରେ ଆଶୁତୋଷଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା । ଅହମ୍ମଦ ଅଲ୍ଲୀ ଖାନ ଯାଜପୁର ବିଞ୍ଝାରପୁରର ହୋଇଥିବା ବେଳେ ସେ ଦିଲ୍ଲୀରେ ୧୦ ବର୍ଷ ହେବ ରହୁଛନ୍ତି ଏବଂ ସେ ଏୟାର ଲାଇନ୍ସରେ କାମ କରୁଛନ୍ତି।
କଣ ଟ୍ବିଟ କରିଥିଲେ ଅହମ୍ମଦ ଅଲ୍ଲୀ ଖାନ ?
ଯାଜପୁର ବିଞ୍ଝାପୁରର ଆଶୁତୋଷ ପଣ୍ଡା, ବୟସ ୭ ବର୍ଷ, ସେ ଏବେ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ତାଙ୍କ ନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ନଥିବାରୁ ସେ ମାଗଣା ଚିକିତ୍ସା ପାଇ ପାରୁନାହାନ୍ତି । ତେଣୁ ତାଙ୍କ ନାମ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକରଣ କରାଯାଇ ମାଗଣାରେ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।