ଓଡିଶା

odisha

ETV Bharat / city

ସାଂସଦଙ୍କୁ ସେବାୟତ ନିଯୋଗର ଚେତାବନୀ, ଏକାମ୍ର କ୍ଷେତ୍ରରେ ପୂରାଇ ଦେବୁନି - ସାଂସଦ ଅପରାଜିତାଙ୍କ ମନ୍ତବ୍ୟ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କଲେ ଲିଙ୍ଗରାଜ ମନ୍ଦିରର ୪ ନିଯୋଗର କର୍ମକର୍ତ୍ତା । ବଢିଲା ବାଇ ଲ ପ୍ରସଙ୍ଗ ତାତି । ଅଧିକ ପଢନ୍ତୁ ...

ସାଂସଦଙ୍କୁ ସେବାୟତ ନିଯୋଗର ଚେତାବନୀ , ଏକାମ୍ର ଖେତ୍ରରେ ପୂରାଇ ଦେବୁନାହିଁ
ସାଂସଦଙ୍କୁ ସେବାୟତ ନିଯୋଗର ଚେତାବନୀ , ଏକାମ୍ର ଖେତ୍ରରେ ପୂରାଇ ଦେବୁନାହିଁ

By

Published : Feb 15, 2021, 10:39 PM IST

Updated : Feb 15, 2021, 11:02 PM IST

ଭୁବନେଶ୍ବର: ଘନେଇବାରେ ଲାଗିଛି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସଙ୍ଗ । ପ୍ରତ୍ୟାହାର ପ୍ରସଙ୍ଗରେ ଦିଲ୍ଲୀରୁ ଫେରି ସିଧାସଳଖ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ତାଙ୍କୁ ଘେରିଛନ୍ତି ସେବାୟତ ସଂଘ । ଅପରାଜିତାଙ୍କୁ ଟାର୍ଗେଟ୍ କରିଛନ୍ତି ଲିଙ୍ଗରାଜ ମନ୍ଦିରର ୪ ନିଯୋଗର କର୍ମକର୍ତ୍ତା ।

ସାଂସଦଙ୍କୁ ସେବାୟତ ନିଯୋଗର ଚେତାବନୀ, ଏକାମ୍ର କ୍ଷେତ୍ରରେ ପୂରାଇ ଦେବୁନି

ନିଯୋଗ କହିଛି ସାଂସଦଙ୍କ ମନ୍ତବ୍ୟ କଟାଘାରେ ଚୂନ ଦେଲାଭଳି । ଭୁବନେଶ୍ବର ଆସି ଶ୍ରୀଲିଙ୍ଗରାଜଙ୍କ ସେବାୟତ ତଥା ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ କରି ଏବଂ ସ୍ଥିତିକୁ ଭଲ ଭାବରେ ଅନୁଧ୍ୟାନ କରି ସାଂସଦ ମତାମତ ଦେଇଥିଲେ ଭଲ ହୋଇଥାନ୍ତା । କିନ୍ତୁ ସେ ସିଧାସଳଖ ବିମାନ ବନ୍ଦରରୁ ଆସି ପ୍ରେସ୍ କନ୍‌ଫରେନ୍ସରେ ଯୋଗ ଦେଇଥିଲେ । ପ୍ରେସ୍ କଫରେନ୍ସକୁ ଯିବା ପୂର୍ବରୁ ପୁରୁଣା ଭୁବନେଶ୍ବରର ବାସିନ୍ଦା , ସେବାୟତ ତଥା ନିଯୋଗମାନଙ୍କ ସହିତ ଆଲୋଚନା କରି ଟିପ୍ପଣୀ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛି ସେବାୟତ ନିଯୋଗ ।

ଲୋକ ପ୍ରତିନିଧ ଭାବରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ଦାୟିତ୍ବହୀନ ମନ୍ତବ୍ୟ ପୁରୁଣା ଭୁବନେଶ୍ବରବାସୀଙ୍କୁ ମର୍ମାହତ କରିଛି । ଯେଉଁ ଲୋକମାନେ ତାଙ୍କୁ ନିର୍ବାଚିତ କରିଥିଲେ , ସେମାନଙ୍କୁ ବିଶ୍ବାସକୁ ନ ନେଇ ସେମାନଙ୍କ ଅସୁବିଧା ସମୟରେ ଏଭଳି ହାଲୁକା ମନ୍ତବ୍ୟ ଦେବା ଲୋକଙ୍କ ସହିତ ଧୋକା । ଯଦି ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ବାଇ ଲ ଭୁଲ ହୋଇଛି ବୋଲି ପ୍ରତ୍ୟାହାର କରାଗଲା । ତେବେ ଭୁବନେଶ୍ବର କ୍ଷେତ୍ରରେ ପ୍ରତ୍ୟାହର କରିବାରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ କରିଛି ନିଯୋଗ । ସାଂସଦଙ୍କ ମନ୍ତବ୍ୟ ପୁରୁଣା ଭୁବନେଶ୍ବରବାସୀଙ୍କ ପାଇଁ ତଥା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଭକ୍ତ ମାନଙ୍କ ପାଇଁ କଟା ଘା ରେ ଚୂନ ଦେବା ଭଳି ହୋଇଛି । ସାଂସଦଙ୍କୁ ଏକାମ୍ର କ୍ଷେତ୍ରରେ ପୁରେଇ ନଦେବାକୁ ଚେତାବନୀ ଦେଇଛନ୍ତି ସେବାୟତ ସଂଘ ।ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା କାଦୁଅ ଫୋପଡା ରାଜନୀତି ଯୋଗୁଁ ଏକାମ୍ର କ୍ଷେତ୍ରରେ ବାଇ-ଲ ପ୍ରତ୍ୟାହାର ହେଉନଥିବା ଆଶଙ୍କା କରିଛନ୍ତି ସେବାୟତ ସଂଘ ।

ବିନ୍ଦୁସାଗର ପୁନରୁଦ୍ଧାର ସମୟରେ ବିଜେପି ଏବଂ ବିଜେଡି ମଧ୍ୟରେ ହୋଇଥିବା ପାଟିତୁଣ୍ଡ କାରଣରୁ ଏହି ବାଏ -ଲ କରାଯାଇଛି ବୋଲି ସେବାୟତ ଆଶଙ୍କା କରିଛନ୍ତି । ଲିଙ୍ଗରାଜ ମନ୍ଦିରକୁ ନେଇ ରାଜନିତୀକରଣ କରାଯାଇଛି ବୋଲି ସେବାୟତ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ କାମରେ ରୋକ୍ ଲଗାଇବା ପାଇଁ ଏହା ଷଡଯନ୍ତ୍ର । କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦଙ୍କ କଥାବାର୍ତ୍ତାରେ ତାଳମେଳ ନାହିଁ । ବିଜେପି ନେତାଙ୍କ ମଧ୍ୟରେ କୌଣସି ସମନ୍ବୟ ନାହିଁ । ରାଜନୈତିକ ଆକ୍ରୋଶକୁ ରଖି ଏକାମ୍ର କ୍ଷେତ୍ର ଉନ୍ନତିକରଣ ଯୋଜନାକୁ ବାଧାପ୍ରାପ୍ତ କରିବା ଉଦେଶ୍ୟରେ ଏଭଳି କରାଯାଉଛି ବୋଲି ସେବାୟତ ପ୍ରକାଶ କରିଛନ୍ତି । ବାଇ -ଲ ତୁରନ୍ତ ପ୍ରତ୍ୟାହାର ନକରାଗଲେ ଆଗକୁ ହେବାକୁ ଥିବା ମହାଶିବରାତ୍ରୀ ଉପରେ ଏହାର ପ୍ରଭାବ ପଡିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

Last Updated : Feb 15, 2021, 11:02 PM IST

ABOUT THE AUTHOR

...view details