ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ TPCODL ସମୁଖରେ ଧାରଣାରେ ବସିଛନ୍ତି ସେସୁ ଅଧୀନରେ କାର୍ଯ୍ୟରତ ଛଟେଇ କର୍ମଚାରୀ । ସେସୁ ଅଧୀନରେ ଦୀର୍ଘ ୮ ରୁ ୧୦ ବର୍ଷ ଧରି କାମ କରୁଥିବା ୭୦୦୦ କର୍ମଚାରୀ ଏବ ୫୦୦ ଇଂଜିନିଅର ଦୀର୍ଘ ୧୨୦ ଦିନ ଧରି ଧାରଣାରେ ବସିଥିଲେ ମଧ ସେମାନଙ୍କ ସହ ପ୍ରଶାସନିକ ସ୍ତରରେ ଆଜି ଯାଏଁ କୋଣସି ବି ଆଲୋଚନା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଧାରଣାରେ ବସିଛନ୍ତି ସେସୁରେ କାର୍ଯ୍ୟରତ ଛଟେଇ କର୍ମଚାରୀ - bbsr news
ସ୍ଥାୟୀ ନିଯୁକ୍ତି ଦାବିରେ TPCODL ସମୁଖରେ ଧାରଣାରେ ବସିଛନ୍ତି ସେସୁ ଅଧୀନରେ କାର୍ଯ୍ୟରତ ଛଟେଇ କର୍ମଚାରୀ ।ଅଧିକ ପଢନ୍ତୁ...
ପୂର୍ବରୁ କର୍ମଚାରୀମାନେ ୭ ଦଫା ଦାବିପତ୍ର ସମସ୍ତ ବିଧାୟକ, ସାଂସଦ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କ ଦାବିକୁ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । TPCODL ର ମୁଖ୍ୟ ଅଫିସ ସାମ୍ନାରେ ସ୍ଥାୟୀ ନିଯୁକ୍ତି ଏବଂ ସମାନ କାମକୁ ସମାନ ଦରମା ଦାବିରେ ଧାରଣାରେ ବସିଛନ୍ତି ଛଟେଇ ହୋଇଥିବା କର୍ମଚାରୀ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଥିବା ଦେଖାଯାଇଛି । ଏହି ଧାରଣକୁ ସମର୍ଥନ କରିଛି କଂଗ୍ରେସ । ଯୁବ କଂଗ୍ରେସର ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମଧ୍ୟ ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ