ଭୁବନେଶ୍ବର: ଲଗାତର ସପ୍ତମ ଦିନ ପାଇଁ ସେସୁ ପକ୍ଷରୁ ବିଦ୍ୟୁତ କାଟ ଜାରି ରହିଛି । ସାତ ଦିନରେ ସେସୁ 31 କୋଟି 51 ଲକ୍ଷ ଟଙ୍କା ଆଦାୟ କରିଛି । ମୋଟ 10 ହଜାର 406 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି ବୋଲି ସେସୁ ପ୍ରେସ ବିଜ୍ଞପ୍ତିରେ କହିଛି ।
ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ କାଟ - 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିଲାଣି
ରାଜ୍ୟରେ ଜାରି ରହିଛି ବିଦ୍ୟୁତ କାଟ । ସାତ ଦିନରେ ସେସୁ 31 କୋଟି 51 ଲକ୍ଷ ଟଙ୍କା ଆଦାୟ କରିଛି ସେସୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସପ୍ତାହରେ 10 ହଜାର ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟିଲାଣି
ସେସୁ ପକ୍ଷରୁ ଏହି ଅଭିଯାନ ଜାରି ରହିଛି । ସେହିପରି ଅନଲାଇନରେ ଅଧିକାଂଶ ଉପଭୋକ୍ତା ସେମାନଙ୍କ ଦେୟ ପଇଠ କରୁଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ 3 କୋଟି ଟଙ୍କା ଅନଲାଇନ ଜରିଆରେ ପଇଠ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇଲେ କମ୍ପାନୀର ମୋଟ ଦେୟ ସଂଗ୍ରହ ରାଶି 33 କୋଟି 83 ଲକ୍ଷ ଟଙ୍କା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ